-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-Aug-2023
କଣ୍ଟାବାଞ୍ଜି(ଆନନ୍ଦ ମୋଟେ )କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି ଓ ସ୍ୱ।ବଲମ୍ବୀ କରିବା ପାଇଁ ବନ ସୁରକ୍ଷା ସମିତି ମାନଙ୍କୁ ଏକ ଭବ୍ୟ ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା।କଣ୍ଟାବାଞ୍ଜି ରେଞ୍ଜର କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶ୍ରୀ ଶ୍ରଦ୍ଧାଦେବ ବଡମାଳୀ ରେଞ୍ଜରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ସନ୍ତୋଷ ସିଂ ସାଲୁଜା,ବିଧାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁଖ୍ୟ ଅତିଥି, ଅଧ୍ୟାପକ ସଞ୍ଜୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ସଦାସର୍ବଦା ଜଙ୍ଗଲ ର ସୁରକ୍ଷା କରିବା ସହିତ ବୃକ୍ଷ ରୋପଣ, ବନାଗ୍ନି ରୋକିବା ଉପରେ କାମ କରୁଥିବା ସାତଗୋଟି ବନସୁରକ୍ଷା ସମିତି ଯଥା ତୁରେକେଲା, ଢୋଲମାନ୍ଦଲ,ସାଲେପଡା,ମାନ୍ଦଲା, ସମରସିଂ,ଲର୍କି, ତେତେଲଖୁଣ୍ଟଆଦିଙ୍କୁ ପ୍ରମାଣପତ୍ର, ଖଲିଦନା ତିଆରି ମେସିନ, ବିରିବଟା,ସିଲେଇ ମେସିନ ଓ ଚୌକି ପ୍ରଦାନ କରାଯାଇଥିଲା ।ଏହି ସଭାରେ ବନକର୍ମଚାରୀ,ପ୍ରକୃତିପ୍ରେମୀ,ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।