-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
20-Aug-2023
ବଲାଙ୍ଗୀର,ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କମିଟିର ସଭାପତି ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ୫-ଟି ସଚିବ ପାଣ୍ଡିୟାନଙ୍କ ଗସ୍ତ ସମୟରେ ହସ୍ତାନ୍ତର କରାଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ବଲାଙ୍ଗୀରରେ ଚିନି କାରଖାନା ସହ ସୁତା କଳ ପ୍ରତିଷ୍ଠା ଇତ୍ୟାଦି ୧୪ଦଫା ସମ୍ବଳିତ ଦାବି ସଂପର୍କରେ ଆଲୋଚନା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ
ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା । । କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ବୈଠକକୁ ପରିଚାଳନା କରିଥିବା ବେଳେ ଇତିମଧ୍ୟରେ କମିଟିର ଦାବିକୁ ନେଇ ପୋଲିସ ଓ ପରିବହନ ବିଭାଗ ତରଫରୁ ଶଦ୍ଦ ପ୍ରଦୂଷଣ ଜନିତ ବାଇକ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ବୈଠକରେ ପ୍ରଶଂସା କରାଯାଇଥିଲା । ବୈଠକର ପୂର୍ବରୁ ନାଗରିକ କମିଟି ତରଫରୁ ବହୁ ବର୍ଷ ପରେ ପ୍ରକାଶିତ ହେବାକୁ ଯାଉଥିବା ସ୍ମରଣିକା କମିଟି ର ସଂପାଦନା ମଣ୍ଡଳୀରସଭ୍ୟ
ସର୍ବଶ୍ରୀ ଅଖିଳ ଚନ୍ଦ୍ର ହୋତା, ରଘୁ ନନ୍ଦନ ସିଂହ, ପୀତବାସ ପଣ୍ଡା, ବିମଳ ଚନ୍ଦ୍ର ଚୋପଦାର, ଜୟରାମ ମିଶ୍ର, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ ପ୍ରମୁଖ ସ୍ମରଣିକାର କଳେବର ବୃଦ୍ଧ ି ପାଇଁ ସ୍ୱତନ୍ତ୍ର ଆଲୋଚନା କରିଥିଲେ । କାର୍ଯ୍ୟକାରୀ କମିଟି ବୈଠକର ଆଲୋଚନାରେ ଗଜେନ୍ଦ୍ର ଭ୍ରମର, ପଙ୍କଜିନୀ ପଣ୍ଡା, ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା, ପର୍ଶୁରାମ ନାୟକ ଓ ସଲିମ୍ ଖାନ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଉପସଭାପତି ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।