-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ଦେବାଳୟ ସୁରକ୍ଷା କମିଟି ସହ ଆଲୋଚନା କଲା ପ୍ରଶାସନ ,ମାଁ ପାଟଣେଶ୍ବରୀ ଓ ସମଲେଶ୍ଵରୀ ଙ୍କ ବିଗ୍ରହକୁ ନ ଛୁଇଁ ହେବ ନବୀକରଣ କାର୍ଯ୍ୟ

18-Aug-2023



ବଲାଙ୍ଗିର  ଏୈତିହାସିକ ସହର ପାଟଣା ରାଜ୍ୟ ସମୟ ର ଇଷ୍ଟ ଦେବୀ ମାଁ ପାଟଣେଶ୍ବରୀ ମାଁ ସମଲେଶ୍ଵରୀ ମନ୍ଦିର ଓ ଗୋପାଲ ଜୀ ମନ୍ଦିର ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ ରହୁଥିଲା l ମନ୍ଦିର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିଲା. ଦୀର୍ଘଦିନ ହେବ ମାଁ ପାଟଣେଶ୍ବରୀ ମନ୍ଦିର ବର୍ଷା ପାଣି ଓ ନାଳ ପାଣି ପ୍ରବେଶ ଯୋଗୁଁ ମାଁ ଜଳ ରେ ଉବୁଟୁବୁ ହଉଥିବା ବେଳେ ମାଁ ଙ୍କ ରୋଷଶାଳା, ଗର୍ଭଗୃହରେ ଫାଟ ସୃଷ୍ଟି ହେଉଥିବା ବେଳେ ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ୨୦୨୧ ରେ ଛାତ ଭୁଷୁଡିବା ଯୋଗୁ ଭକ୍ତଙ୍କ ଭାବାବେଗ ଆଘାତ ହେଇଥିଲା, ସେପରି ଗୋପାଳ ଜୀ ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଥିଲେ ମଧ୍ୟ ମନ୍ଦିର ଗମ୍ବୁଜରେ ଫାଟ ସୃଷ୍ଟି ହେବା ସହ ବର୍ଷା ଜଳ ମନ୍ଦିର ମଧ୍ଯ ରେ ପ୍ରବେଶ ହଉଥିଲା ତଥା ପୂଜକଙ୍କ ଘର ମଧ୍ଯ ଭୁଶୁଡ଼ି ପଡ଼ିଛି l ଏ ନେଇ ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନକୁ ନେଇ ଦେବାଳୟ ସୁରକ୍ଷା କମିଟି ଗଢ଼ା ହୋଇ ବାରମ୍ବାର ମନ୍ଦିର ମାନଙ୍କ ସୁରକ୍ଷା ଦାବି କରିଆସୁଥିଲେ l ଗତ ୬ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ କରି ଥିବା ବେଳେ ଦେବାଳୟ ସୁରକ୍ଷା କମିଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏ ବିଷୟକୁ ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ସ୍ଵତନ୍ତ୍ର ଟିମ୍ ଗଢ଼ି ମନ୍ଦିର ମାନଙ୍କ ର ସର୍ଭେ ଓ ଡିପିଆର୍ ପ୍ରସ୍ତୁତି  ପାଇଁ ଆଦେଶ ଦେଇଥିଲେ l ତେବେ ଗତ ଦୁଇ ଦିନ ବୁଧବାର ଓ ଗୁରୁବାର ଦିନ ଉପଜିଲ୍ଲାପାଳ ଓ ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ମନ୍ଦିର ଉନ୍ନତିକରଣ ବାବଦରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମନ୍ଦିରର  ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେଇଥିଲା l ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗ ଭୂଷଣ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଘଡ଼େଇ, ଦେବୋତ୍ତର ପରିଚାଳକ ସୁଧୀର କୁମାର ଦାଶ, ପାଟଣେଶ୍ବରୀ ମନ୍ଦିର ମୁଖ୍ୟ ସେବାୟତ ମଳୟ କୁମାର ଦିଶ୍ରୀ, ଅବିନାଶ ଦିଶ୍ରୀ, ସମଲେଶ୍ୱରୀ ମନ୍ଦିର ସେବାୟତ ଅକ୍ଷୟ ଦିଶ୍ରୀ, ମନ୍ଦିର ଆରତୀ କମିଟି ର ବିକାଶ ସା, ଗୋପାଳଜୀ ମନ୍ଦିର କର୍ମକର୍ତ୍ତା ନୀଳମଣି ମିଶ୍ର, ଦେବାଳୟ ସୁରକ୍ଷା କମିଟି ଆବାହକ ପ୍ରଶାନ୍ତ ମହାକୁଡ଼, ମଧୁସୂଦନ ନାୟକ, ବରିଷ୍ଠ ନାଗରିକ ସଂଘ ର ସୁରେନ୍ଦ୍ର ନେଗୀ, ସୁଦର୍ଶନ ସାହୁ ଓ ବୁଲୁ ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
 ମାଆଙ୍କ ବିଗ୍ରହକୁ ନ ହଟେଇ ମନ୍ଦିର ର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like