-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ସାରା ଓଡିଶା ର 314 ଟି ବ୍ଲକ ସାମ୍ନାରେ କଂଗ୍ରେସ ତରଫରୁ ଧାରଣା ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ବ୍ଲକ ଘେରାଓ କରା ଯାଇଥିଲା। ଲୋଇସିଂହା ବ୍ଲକର ଶତାଧିକ କଂଗ୍ରେସ କର୍ମୀ ବ୍ଲକ ସମ୍ମୁଖରେ ଉପସ୍ଥିତ ରହି ଲୋଇସିଂହା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଆକାଶରଞ୍ଜନ ସାହୁ ଙ୍କୁ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ରାଜ୍ୟରେ ହେଉଥିବା ବ୍ୟାପକ ପି ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ହେଉଥିବା ଦୁର୍ନୀତି କୁ ରୋକିବା ସକାଶେ ଏକ ଦାବି ପତ୍ର ପ୍ରଦାନ କରାଗଲା l ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦିଲୀପ ବେହେରା, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅରବିନ୍ଦ ସାହୁ, ବଲାଙ୍ଗୀର ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ସାନ୍ତନୁ ସିଂ, ସୋମନାଥ ପଟେଲ,ମିନିକେତନ ଚାନ୍ଦ, ଶିବ ଅଗ୍ରୱାଲ, ଭାଗବତିଆ ଭୋଇ, ଅଶୋକ ବେହେରା ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l