-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): କଣ୍ଟାମାଳ ବ୍ଲକ ଘିକୁଣ୍ଡି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହରିଶଙ୍କର ଦାଶ ଙ୍କୁ ସ୍କୁଲ୍ ରେ ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଅସାମାଜିକ ବ୍ୟକ୍ତି ଙ୍କ ମରଣାତ୍ମକ ଆକ୍ରମଣ ଘଟଣାରେ ସୋନପୁର ମେଡିକାଲ ରେ ଚିକିତ୍ସିତ ଶିକ୍ଷକଙ୍କୁ ଆଜି ସୋନପୁର ମେଡିକାଲ ରୁ ବୁର୍ଲା ମେଡିକାଲକୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଶ୍ରୀ ଦାଶ ଙ୍କ ବାମ ହାତ କହୁଣୀ ଓ ଅଣ୍ଟା ରେ ଗଭୀର ଆଘାତ ଓ ଯନ୍ତ୍ରଣl ଯୋଗୁଁ ତାଙ୍କୁ ଆଜି ବଡି ସ୍କାନିଙ୍ଗ ଲାଗି ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଏପଟେ ଘଟଣା ର ତିନି ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁ ମନମୁଣ୍ଡl ପୋଲିସ ଗିରଫ କରିବାରେ ବିଫଳ ହୋଇଥିବା ଘଟଣାକୁ ପ୍ରାଥମିକ ଶିକ୍ଷକ ସଂଘ ଓ ଅଞ୍ଚଳର ବୁଦ୍ଧିଜୀବି ଦୃଢ ନିନ୍ଦା କରିଛନ୍ତି।