ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକ କଂଗ୍ରେସ କମିଟି ତରଫରୁ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ନେତୃତ୍ବ ରେ ୯ ଦଫା ଦାବୀ ନେଇ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁରିବାହାଲ ଫରେଷ୍ଟ ବଙ୍ଗଳା ଠାରୁ ଶହ ଶହ କର୍ମକର୍ତ୍ତା ଏକ ରେଲି ଯୋଗେ ବ୍ଲକ ଅଫିସ ସମ୍ମୁଖ ରେ ପହଞ୍ଚି ଥିଲେ। ଅନୁଷ୍ଠିତ କାର୍ଯ୍ୟ କ୍ରମରେ ବ୍ଲକ ଅଫିସ ମାନଙ୍କରେ ଚାଲିଥିବା ବ୍ୟାପକ ପି. ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ତଥା ଟାଟା କମ୍ପାନୀ ର ବିଜୁଳି ନୀତି ବିରୁଦ୍ଧରେ ବିଧାୟକ ବହୁତ ବର୍ଷି ଥିଲେ। ଏନେଇ ଏକ ୯ ଦଫା ଦାବୀ ପତ୍ର ମୁରିବାହାଲ ବିଡିଓ ଙ୍କୁ ପ୍ରଦାନ କରିଥିଲେ,ବିଡିଓ ଅନୁପସ୍ଥିତି ଥିବାରୁ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି ଦବୀ ପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକର୍ମରେ ମୁରିବାହାଲ ବ୍ଲକ କଂଗ୍ରେସ କମିଟି ର ସଭାପତି ପ୍ରଫୁଲ୍ଲ ବଘାର, ପ୍ରଦେଶ କଂଗ୍ରେସ କମିଟି ପିସିସି ମେମ୍ବର
"/>-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ମୁରିବାହାଲ ଫରେଷ୍ଟ ବଙ୍ଗଳା ଠାରୁ ଶହ ଶହ କର୍ମକର୍ତ୍ତା ଏକ ରେଲି ଯୋଗେ ବ୍ଲକ ଅଫିସ ସମ୍ମୁଖ ରେ ପହଞ୍ଚି ଥିଲେ। ଅନୁଷ୍ଠିତ କାର୍ଯ୍ୟ କ୍ରମରେ ବ୍ଲକ ଅଫିସ ମାନଙ୍କରେ ଚାଲିଥିବା ବ୍ୟାପକ ପି. ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ତଥା ଟାଟା କମ୍ପାନୀ ର ବିଜୁଳି ନୀତି ବିରୁଦ୍ଧରେ ବିଧାୟକ ବହୁତ ବର୍ଷି ଥିଲେ। ଏନେଇ ଏକ ୯ ଦଫା ଦାବୀ ପତ୍ର ମୁରିବାହାଲ ବିଡିଓ ଙ୍କୁ ପ୍ରଦାନ କରିଥିଲେ,ବିଡିଓ ଅନୁପସ୍ଥିତି ଥିବାରୁ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି ଦବୀ ପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକର୍ମରେ ମୁରିବାହାଲ ବ୍ଲକ କଂଗ୍ରେସ କମିଟି ର ସଭାପତି ପ୍ରଫୁଲ୍ଲ ବଘାର, ପ୍ରଦେଶ କଂଗ୍ରେସ କମିଟି ପିସିସି ମେମ୍ବର
ଅମିତ ସିଂ ସାଲୁଜା, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, କଂଗ୍ରେସ କମିଟି ଉପସଭାପତି ବିଭୀଷଣ ମହାନନ୍ଦ, ୨୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଗୋପିନାଥ ପାଣିଗ୍ରାହୀ, ଯଦୁ ତାଣ୍ଡି,ତେଜରାଜ ଲୁହା, ଯଦୁପତି ଅଗସ୍ତି, ଗିରିଧାରୀ ସାହୁ, ବୁଲୁ ବିଶି, ବୁଲୁ କୁମ୍ଭାର, ଆନନ୍ଦ ତାଣ୍ଡି, ଗୁରମେଲ ସିଙ୍ଗ ଭାଟିଆ, ବିଦ୍ୟାଧର ହାତୀ,ଇଶ୍ବର ଭୋଇ, ସଦାନନ୍ଦ ଦୀପ, ଚିନ୍ତୀମଣି ବେହେରା,ପିତ ବେହେରା, ଜିତେନ୍ ହାତୀ,କୁନା ପଶାୟତ, ତପି ସାହୁ, ଉମେଶ ସିଙ୍ଗ ବର୍ମା, ଚିନ୍ତା ମଣି ବେହେରା, ନରେନ୍ଦ୍ର ବନଛୋର, ପ୍ରମୁଖ ଙ୍କ ସହ ଶତାଧିକ କର୍ମକର୍ତ୍ତା ଓ ବ୍ଲକ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।