-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ଆଗଲପୁର, (ବିନୋଦ କୁମାର ଦୀପ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ସାରା ଓଡିଶା ର 314 ଟି ବ୍ଲକ ସାମ୍ନାରେ କଂଗ୍ରେସ ତରଫରୁ ଧାରଣା ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ଘେରାଓ କରା ଯାଇଥିଲା। ଆଗଲପୁର ବ୍ଲକର ଶହ ଶହ କଂଗ୍ରେସ କର୍ମୀ ଏକ ରେଲି ମାଧ୍ୟମରେ ଆସି ଆଗଲପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଶଙ୍କର କେରକେଟା ଙ୍କୁ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ରାଜ୍ୟରେ ହେଉଥିବା ବ୍ୟାପକ ପି ସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ହେଉଥିବା ଦୁର୍ନୀତି କୁ ରୋକିବା ସକାଶେ ଏକ ଦାବି ପତ୍ର ପ୍ରଦାନ କରାଗଲା l
ଏହି ଦାବିପତ୍ର ଦେବା ସମୟରେ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଚିନ୍ତାମଣି ଭୋଇ,ଜିଲ୍ଲା କଂଗ୍ରେସ ଯୁବ ସଭାପତି ଶ୍ରୀ ଗଣେଶ କୁମାର୍ ସାହୁ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ l ତା ସଙ୍ଗେ ସଙ୍ଗେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମୋହନ ପଟେଲ,ଅଶୋକ ପଟେଲ,ସୁଜିତ୍ ସାହୁ, ପଞ୍ଚା ସାହୁ, ମଧୁ ପଧାନ,ତପନ ସାହୁ,ଉମାକାନ୍ତ ପଟେଲ ପ୍ରଭୃତି ଏହି ଘେରାଓ ବେଳେ ଉପସ୍ଥିତ ଥିଲେ l