-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ 'ସହଯୋଗ ସେବା ' ସଙ୍ଗଠନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୪୨ ଜଣ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିବା ଜଣାଯାଇଛି। ସହଯୋଗ ସେବା ସଙ୍ଗଠନ ସଭାପତି ନବାରୁଣ ଦେବଦତ୍ତ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସମାଜସେବୀ ମୀନକେତନ ମହାକୁର, ଆତ୍ମା ଅଧ୍ୟକ୍ଷ ବିବସ୍ବତୀ ପଣ୍ଡା, ସମାଜସେବୀ ବିପିନ ପଣ୍ଡା ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ। ସଙ୍ଗଠନର ସଦସ୍ୟ ଅରବିନ୍ଦ ରଣା ସଭା ସଂଯୋଜନା କରିଥିଲେ। ସମ୍ପାଦକ ପ୍ରକାଶ ପ୍ରଧାନ, ଟିଟୁ ପଣ୍ଡା, ଅଭିନନ୍ଦନ ପୁଜାରୀ, ସୁଶାନ୍ତ ପୁରୋହିତ, ପ୍ରିୟବ୍ରତ ପୁରୋହିତ,ଶିବରାମ ବେହେରା, ରଶ୍ମି ମୋଦି, ରମାକାନ୍ତ ହରିପାଲ,ମହାବୀର ହାତୀ,ମାନସ ହୋତା, ବିକାଶ ପଧାନ, ଆୟୁଷ ଅଗ୍ରୱାଲ ଓ ଶୁଭେନ୍ଦୁ ଷଡ଼ଙ୍ଗୀ ସହ ସଙ୍ଗଠନ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।