-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
17-Aug-2023
ବଲାଙ୍ଗିର(ପ୍ରେରଣା ଖବର): ଦୀର୍ଘବର୍ଷର ଉଦ୍ୟମ ପରେ ଜିଲ୍ଲା ପ୍ରଶାସନ ସ୍ୱାଧୀନତା ସଂଗ୍ରାମୀ ତଥା ଆଟଗାଁ ଜମିଦାର ଧରମ ସିଂହ ମାଝି ମାନ୍ଧାତାଙ୍କ ଜନ୍ମସ୍ଥଳୀର ପୁନଃରୁଦ୍ଧାର କରିବାକୁ ଯାଉଛି | ଏନେଇ ଆଜି ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନରେନ୍ଦ୍ର ଘଡ଼େଇଙ୍କ ସହ ସ୍ମୃତି କମିଟିର ଏକ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି | ଏଥିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ
ସ୍କେଚମ୍ୟାପ ଓ ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା | ଯେଉଁଥିରେ ଜନ୍ମସ୍ଥଳୀର ଚାରିପଟେ ପାଚେରୀ, ମୁଖ୍ୟ ଗେଟ, ମହଲ-ପୁଡାପାଟ ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାଣୀବନ୍ଧର ବିକାଶ ଆଦି ରହିଥିଲା | ଆଲୋଚନା ବେଳେ ପ୍ରତିନିଧି ଦଳର କେତେକ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଥଲା | ଏହି ପ୍ରକଳ୍ପର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବିଭାଗୀୟ ଅନୁମୋଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି | ଖୁବଶୀଘ୍ର ପୁନଃରୁଦ୍ଧାର କାର୍ଯ୍ୟ ହେବ | ଆଲୋଚନା ବେଳେ ସ୍ମୃତି କମିଟିର ସଭାପତି ଲକ୍ଷ୍ମଣ ମେହେର,
କାର୍ଯ୍ୟକାରୀ ସଭାପତି ତଥା ସାମ୍ବାଦିକ ମୁକେଶ ବହିଦାର, ସାଧାରଣ ସମ୍ପାଦକ ନିହାରରଞ୍ଜନ ବେହେରା, ଉପସଭାପତି ପପୁନ ବେହେରା, ସଦସ୍ୟ ସୁଦାମ ଚରଣ ଶାଣ୍ଡ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଭକ୍ତବନ୍ଧୁ ସେନାପତି, ସୁଧାଂଶୁ ପଣ୍ଡା, ପ୍ରଶାନ୍ତ ନାଏକ, ପ୍ରଦୀପ ବେହେରା, ରାମପ୍ରସାଦ ସିଂହ ବାବୁ ଓ କାଳିନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ |