-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
17-Aug-2023
ବେଲପଡ଼ା (ପୂର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଳକ ଧୁମାଭଟା ରେ ଥିବା ବୀଣାପାଣି ମହାବିଦ୍ୟାଳୟ ସବୁ ସମୟରେ ଚର୍ଚ୍ଚା ରେ ଥିବା ବେଳେ ପୁଣି ସ୍ବାଧୀନତା ଦିବସ ପାଳନ ଅବସରରେ ଚର୍ଚ୍ଚା କୁ ଆସିଅଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ମାସ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବା ସମୟରେ ଇତିହାସ ଅଧ୍ୟାପକ ହିତାହିତ ଜ୍ଞାନ ଭୁଲି ଜାତୀୟ ସଂଗୀତ ବଦଳରେ ବୋଲବମ୍ ସ୍ଳୋଗାନ ଦେଇଥିଲେ। ବୋଲବମ୍ ସ୍ଳୋଗାନ ମଧ୍ୟ କଦର୍ଯ୍ୟ ଭାଷାରେ
କୁହାଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଘୁରି ବୁଲୁଛି। ସେଥିରେ କହୁଛନ୍ତି ଯେ କୈଳାସ ପତି ପାର କରେଗା, ଗଣେଶ ଫାଦର୍ ପାର କରେଗା, ପାର୍ବତୀ ପତି ପାର କରେଗା,ବୋଲବମ୍ ପାର କରେଗା। ଏଭଳି କାର୍ଯ୍ୟ କରୁଥିବା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବାର୍ଚନ ନାଗ ମଧ୍ୟ ଉପସ୍ଥିତ ଥିବା ବେଳେ କୌଣସି ପ୍ରତିରୋଧ କରି ନଥିଲେ। ଏହି କଟୁଭାଷା ପ୍ରତି ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ଏହା ସମଗ୍ର ହିନ୍ଦୁ ସମାଜ ପ୍ରତି ଆଘାତ ସୃଷ୍ଟି କରୁଛି ଓ ଭାରତ ମାତାଙ୍କ ମଧ୍ୟ ଅପମାନ କରୁଛନ୍ତି। ଏଥିପାଇଁ ଆଜି କୋଶଳ ରାଜ୍ୟ ସଂଗଠନ ର ସଭାପତି ଜନାର୍ଦ୍ଦନ ସିଂ ଙ୍କ ସହ ଅଚ୍ୟୁତ ସିପୁନ ଖମାରୀ,ଜିତୁ ନାଏକ ଓ ଅନ୍ୟାନ୍ୟ ସଦସ୍ୟ ବେଲପଡା ଥାନା କୁ ଆସି ଏତଲା ଦେଇଛନ୍ତି। ଯଦିଓ ଏ ବିଷୟରେ ଇତିହାସ ଅଧ୍ୟାପକ ଅରୁଣ ବୁଡେକ ଓ ଅଧ୍ୟକ୍ଷ ଦେବାର୍ଚନ ନାଗ ଙ୍କୁ ଗିରଫ ନକରାଯାଏ ତାହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।