-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
17-Aug-2023
ବଲାଙ୍ଗୀର(ଫ୍ରେରଣା ଖବର)-ରାଣିସର୍ଡା ପଞ୍ଚାୟତ ଅନ୍ତର୍ଗତ ଅର୍ଡା ଗାଁର ମୂଳନୀବାସୀ ବୃନ୍ଦାବନ ରଣା ଓ ବବିତା ରଣାଙ୍କ ପୁଅ ପ୍ରେମରଂଜନ ରଣା ଓଡିଶା ପ୍ରଶାସନିକସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୨୦୨୧ ମସିହାର ଓସିଏସ ପରୀକ୍ଷାର ରେଜଲ୍ଟ ଏବେ କିଛିଦିନ ତଳେ ପ୍ରକାଶିତ ହୋଇଥିଲା । ଏଥିରେ ୨୨୮ ର୍ୟାଙ୍କରେ ପ୍ରେମରଂଜନ ରହି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଶ୍ରୀ ରଣା ତାଙ୍କ ବାପାମାଆଙ୍କ ସହିତ ବଲାଙ୍ଗୀର କୋଶଳନଗରରେ ରହୁଛନ୍ତି । ସେ ବଲାଙ୍ଗୀର କେନ୍ଦ୍ରୀୟବିଦ୍ୟାଳୟ-୨ରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢିଲା ପରେ ଭୁବନେଶ୍ୱର ଓୟୁଏଟିରେ ପଢୁଥିଲେ । ଏହା ସମାପ୍ତ ହେଲାପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଉଦ୍ୟମ କରୁଥିଲେ । ଶେଷରେ ସେ ସଫଳ ହୋଇଛନ୍ତି । ଓଡିଶା ପ୍ରଶାସନିକ ସେବାରେ ଯୋଗଦେଇ ସାଧାରଣଲୋକଙ୍କ ସେବା କରିବି ବୋଲି ପ୍ରେମରଂଜନ କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।