-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ବିଜୁ ଯୁବ ଜନତା ଦଳର ଜିଲ୍ଲା କମିଟି ଶନିବାର ଘୋଷଣା କରାଯାଇଛି। ଏଥିରେ ୫ ଜଣ ଉପ ସଭାପତି ଓ ୫ ଜଣ ସାଧାରଣ ସମ୍ପାଦକଙ୍କ ନାମ ରହିଛି । ଉପସଭାପତି ଭାବେ ସରୋଜ ପ୍ରଧାନ, ରାଜକିଶୋର ପ୍ରଧାନ, ଅମିତାଭ ପରିଡ଼ା, ମିଲନ ଖୁଣ୍ଟିଆ, କିଶୋର ପଣ୍ଡା ଏବଂ ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ନାଥ, ଆକାଶ ଦୀକ୍ଷିତ, ସୁଶୀଳ ବେହେରା, ରମାକାନ୍ତ ସାହୁ, ଅନୁଜ ଜେନାଙ୍କ ନାମ ରହିଛି। ସେହିପରି ବିଭିନ୍ନ ବ୍ଲକର ସଭାପତିଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ବାମରାର ସତ୍ୟ କବାଟ, କୁଚିଣ୍ଡାର ମିଲନ୍ ନାୟକ, ଜମନକିରାର ସୁଦୀପ ଦେବ, ରେଙ୍ଗାଲିର ଦୟାନିଧି ଭଇଁସାଲ, ଧନକଉଡ଼ାର ବାଞ୍ଛାନିଧି ମିଶ୍ର, ଯୁଯୁମୁରାର ନନ୍ଦ ରଞ୍ଜିତ, ନାକଟିଦେଉଳର ଧୀରେନ ସାହୁ, ରେଢ଼ାଖୋଲର ସୂର୍ଯ୍ୟକାନ୍ତ ପ୍ରଧାନ, ମାନେଶ୍ଵର ବ୍ଲକ ପାଇଁ ସମୀର ପାଢ଼ୀଙ୍କୁ ସଭାପତି ଭାବେ ଓ ପଲ୍ଲବ ନାଥଙ୍କୁ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଛି । ସେହିପରି ସମ୍ବଲପୁର ମହାନଗର ପାଇଁ ନିଶାନ୍ତ ବହିଦାର, ରେଢ଼ାଖୋଲି ଏଏସି ପାଇଁ ସତ୍ୟ ନାରାୟଣ ସାହୁ ଏବଂ କୁଚିଣ୍ଡା ଏନ୍ଏସି ପାଇଁ ବିଜୟ ଶଙ୍କର ସାହୁ ସଭାପତି ଭାବେ ଘୋଷଣା କରାଯାଇଛି l