-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
କୁଚିଣ୍ଡା (ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ଜ଼ିଲ୍ଲା ର କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଳୀନ୍ଦ୍ର ପଟେଲ ସଭାପତି, ଖଗେଶ୍ୱର ବେହେରା ଉପସଭାପତି, ବ୍ରଜମୋହନ ଅଗ୍ରୱାଲ ସାଧାରଣ ସଂପାଦକ, ତୁଳାରାମ ବାଘ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ଓ ସଂପାଦକ ପଦ ସକାଶେ କଡ଼ା ମୁକାବିଲାରେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ଦୁଇ ପଦଗୁଡିକ ବିନା ପ୍ରତିଦ୍ବନ୍ଦିତାରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବରିଷ୍ଠ ଓକିଲ ଦେବେନ୍ଦ୍ର ପଟେଲ ଏବଂ ପ୍ରଶାନ୍ତ କର ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ l