-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବିକାଶ ର ବହୁ ଦୂରରେ ନବରଙ୍ଗପୁର ଜିଲ୍ଲା

08-Aug-2023



ବିକାଶ ର ବହୁ ଦୂରରେ ନବରଙ୍ଗପୁର ଜିଲ୍ଲା ଅଭିବକ୍ତ କୋରାପୁଟ ଜିଲ୍ଲାରୁ ୧୯୯୨ ଅକ୍ଟୋବର ୨ ତାରିଖରେ ନବଗଠିତ ନବରଙ୍ଗପୁର ଜିଲ୍ଲା ଆତ୍ମପ୍ରକାଶ କରିଥିଲା । ତତ୍କାଳୀନ
ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନିଜ ମାନସ ସନ୍ତାନ ଆଦିବାସୀ ବହୁଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିବା ବେଳେ ଦୀର୍ଘ ୩ ଦଶନ୍ଧି ପରେ ବିକାଶ ବହୁତ ଦୂରରେ ରହିଥିବାବେଳେ ସର୍ବନମ୍ନ ମୌଳିକ ସୁବିଧାରୁ ଆଜିବି ବଞ୍ଚିତ ଅନୁସୂଚୀତ ଅଞ୍ଚଳ ଅଧିବାସୀ। ଜିଲ୍ଲା ଗଠନ ପରବର୍ତ୍ତୀ ସମୟରୁ ଅଦ୍ୟାବଧୂ ୨୨ ଜିଲ୍ଲାପାଳ ବିକାଶ ମଙ୍ଗ ଧରିଥିବା ବେଳେ ଜନଜାତି ବିକାଶ ନିମନ୍ତେ ସାଂସଦ ଓ ୪ ଗୋଟି ବିଧାନସଭା ଆସନ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ୧୦ ଗୋଟି ବ୍ଲକ ଅଧ୍ୟକ୍ଷ ଓ ୧୮୯ଟି ପଞ୍ଚାୟତର ସରପଞ୍ଚ ଆସନ ଜନଜାତିବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି ତେବେ ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ବିଜୁଳି, ପାନୀୟ ଜଳ ଓ ଯୋଗାଯୋଗ ଭଳି ମୌଳିକ ସମସ୍ୟାରୁ ମୁକୁଳି ପାରୁନାହିଁ ।ସୂଚନା ଅନୁଯାୟୀ ସମଗ୍ର ଜିଲ୍ଲାରେ ଜଙ୍ଗଲ ଅଞ୍ଚଳ ୧୫୮୩,୪ ବର୍ଗ କିମି ରହିଥିବାବେଳେ ସଂରକ୍ଷିତ ଜଙ୍ଗଲ ପରିମାଣ ୫୩୫ ୩୩୫ବର୍ଗ କିମି । ତେବେ କୃଷି ବହୁଳ ଜିଲ୍ଲାରେ ବାର୍ଷିକ ସାଧାରଣ ବୃଷ୍ଟିପାତ ୧୬୩୧.୪୦ ମିମି ରହିଥିବାବେଳେ କ୍ରମାଗତ ଜଙ୍ଗଲ ହାନୀ ଓ ସବୁଜିମା ହ୍ରାସ ଯୋଗୁ ବୃଷ୍ଟିପାତ କମିବାରେ ଲାଗିଛି। ଜଳସେଚନର ସୁବିଧା ହାତ ପାହାନ୍ତାରେ ନଥିବାବେଳେ ଜଙ୍ଗଲ ହାନିରୁ ହିଂସ୍ର ବନ୍ୟଜନ୍ତୁ ଏବେ ବସ୍ତିମୁହାଁ ହେଉଥିବାରୁ ଧନ ଜୀବନହାନୀ କ୍ରମାଗତ ବୃଦ୍ଧିପାଉଛି। ସୂଚନାଯୋଗ୍ୟ ଜିଲ୍ଲାରେ ଜଳସେଚନ ନଥିବାବେଳେ ରେଳପଥ ସଂଯୋଗୀ କରଣଯୋଜନା ଗତ ୭ ବର୍ଷ ଧରି ଜମିଅଧଗ୍ରହଣ ପ୍ରକ୍ରିୟାରେ ଅଟକି ଯାଇଛି। ଜଳ,ରେଳ ଭଳି କଳକାରଖାନା ପ୍ରତିଷ୍ଠା ସମ୍ଭବ ନ ହେବ । କାରଣରୁ ବେକାରୀ ସମସ୍ୟା ଏକରକମ ବେଲଗାମ ସ୍ଥିତିରେ ପହଞ୍ଚିଲାଣି। ଗରିବ ଜିଲ୍ଲାରେ ସ୍ବାସ୍ଥ୍ୟସେବା ପାଇଁ ଦୁଇ ତୃତୀୟାଂଶ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଥିବାବେଳେ ଶିକ୍ଷାଦାନ ପାଇଁ ବିଦ୍ୟାଳୟରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ସେହିଭଳି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ମଉଳି ଯାଉଥିବାବେଳେ ଅର୍ଦ୍ଧଶତାବ୍ଦୀର ପୂରାତନ ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇପାରୁ ନାହିଁ।ଇଞ୍ଜିନିୟରିଂ ସ୍ମାରକ ମହାବିଦ୍ୟାଳୟ ନାଲି ଫିତା ତଳେ ଚାପି ହୋଇଥିବା ବେଳେ ବିଏଡ କଲେଜ ଗୃହ ନିର୍ମାଣ ସରିଥିଲେ ମଧ୍ୟ ଅନୁମୋଦନ ମିଳି ପାରୁନାହିଁ । ୨୮୯ ଗାଁକୁ ରାସ୍ତା ନଥିବାବେଳେ ୫ ଶହରୁ ଉର୍ଦ୍ଧ୍ବ ଗାଁ ବିଜୁଳି ଅଭାବରୁ ଅନ୍ଧାରରେ। ବେକାରୀ ଓ ଦାଦନ ଶ୍ରମିକ ସଂଖ୍ୟା ହୁ ହୁ ବଢ଼ୁଥିବା ବେଳେ ଜିଲ୍ଲା ପାଇଁ ସରକାର ବାର୍ଷିକ ୨୨ କୋଟି ୪୦ ଲକ୍ଷ ଟଙ୍କାର ଅବକାରୀ ଟିକସ ଧାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ଅବାଧ ନିଶା କାରବାର କାୟା ବିସ୍ତାର କରିବା ସହ ଯୁବପିଢୀ ଙ୍କୁ କକ୍ଷଚ୍ୟୁତ ସହ ସାମାଜିକ ହିଂସାକାଣ୍ଡକୁ ପ୍ରୋତ୍ସାହନ ଯୋଗାଉଛି। ଜିଲ୍ଲାରେ ଗରୀବୀ ଓ ସାକ୍ଷରତା ହାର କମୁଥିବା ବେଳେ ଦାଦନ ନାବାଳକ ଶ୍ରମିକ, ଯୁବତୀ ଚାଲାଣ ବଢିବାରେ ଲାଗିଛି । ମୁଣ୍ଡ ପିଛା ଆୟବୃଦ୍ଧି ନ ହେବା କାରଣରୁ ସୁଧୁରି ପାରୁନି ଅର୍ଥନୀତି। ଦାରିଦ୍ର୍ୟ, ନିରକ୍ଷତରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି ସାମାଜିକ କଳଙ୍କିତ ପ୍ରଥାରେ ରୋକ ଲାଗୁନାହିଁ ଓ ରକ୍ତହୀନତା ଓ ପୃଷ୍ଟିହୀନତା ଭଳି ସମସ୍ୟା ରୋକିବା କାଠିକର ପାଠ ହୋଇପଡିଛି । ୮୫ ପ୍ରତିଶତ ପରିବାର ଖାଦ୍ୟ ସୁରକ୍ଷା ଆଇନରେ ସରକାରଙ୍କ ପ୍ରଦତ୍ତ ରାସନକୁ ଭରସା କରୁଥିବାବେଳେ କେବଳ ସରକାର ଓ ପ୍ରଶାସନ ନୁହେଁ ସ୍ଥାନୀୟ ରାଜନେତା ଓ ଜନପ୍ରତିନିଧିଙ୍କ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ସାଧାରଣରେ ପ୍ରଶ୍ନ ଚିହ୍ନ ଆଙ୍କି ହୋଇଯାଇଛି ।

(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like