-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2026
ବ୍ରାହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସ୍କା ରୋଡ୍ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ବୋଲେରୋ ନିଓ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲେ।ସେଥି ମଧ୍ୟରୁ ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀ ଏସ୍ ଶିବା ରାଓ ନାମକ ଜଣେ ଯୁବକକୁ କାବୁ କରିଥିବାବେଳେ ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ଉକ୍ତ ଗଞ୍ଜେଇ ସହ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଅଭିଯୁକ୍ତ ଶିବାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଅନ୍ୟ ସହଯୋଗୀକୁ ଶୀଘ୍ର ଗିରଫ କରାଯିବ ବୋଲି ଜଣାପଡିଛି।