-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||      ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   (21-Jun-2026)       ||      ପ୍ରଶାସନ ର ଦୃଷ୍ଟି ପଡ଼ୁ   (21-Jun-2026)       ||      ପୁରୁଣାପାଣି ଶୀତଳ ଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ♦️ ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ର ବାର୍ତ୍ତାର ହେବ ପ୍ରସାର- ନରସିଂହ   (21-Jun-2026)       ||      ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ♦️୩୭ ୟୁନିଟ ରକ୍ତ ସଂଗୃହୀତ    (21-Jun-2026)       ||     

HOME   ଜିଲ୍ଲା

*ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*

30-Apr-2026



ବରପାଲି - (ସୁଦାମ ଦୀପ)
ଆଜି ସ୍ଥାନୀୟ ବେହେରା ବାଲିଜୁରୀ ବୁଣାକାର ବଜାର ପ୍ରାଙ୍ଗଣରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ  ଆୟୋଜିତ ଏକ ସ୍ୱତନ୍ତ୍ର ଉଦଘାଟନ ଓ ଶିଳାନ୍ୟାସ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମୁଦାୟ ୬୭. ୮୦ କୋଟି ଟଙ୍କା ମୂଲ୍ୟରେ ବେହେରା ବାଲିଜୁରୀ ବୁଣାକାର ହାଟର ଉନ୍ନତିକରଣ ସହ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘରର ଆଧୁନିକୀକରଣ ତଥା ସମ୍ପ୍ରସାରଣ ଏବଂ ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ସଂଗ୍ରହାଳୟର ପ୍ରତିଷ୍ଠା  ତଥା ୨ ଗୋଟି ନୂତନ ବିକ୍ରୟ କେନ୍ଦ୍ରର ଉଦ୍‌ଘାଟନ ସହ ବାଉଁଶ ହସ୍ତଶିଳ୍ପର ୨ ଗୋଟି ସୃଜନିକା ସାଧାରଣ ସୁବିଧା କେନ୍ଦ୍ର ଏବଂ ଆରଏମସି/ପ୍ୟାକ୍ସର ୬୦ ଗୋଟି କୃଷିଭିଭିକ ପ୍ରକଳ୍ପକୁ ମିଶାଇ ସମୁଦାୟ ୬୫ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ।

ବରଗଡ଼ ଠାରୁ ବେହେରା ବାଲିଜୁରୀ ବଜାର ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲିରେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପରେ ବଜାର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ବୁଣାକାର ମାନଙ୍କ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିରର ଉଦଘାଟନ କରିବା ସହ ମୋଟ ୬୨ ଜଣ ହସ୍ତଶିଳ୍ପ କାରିଗର ଏବଂ ୨ଜଣ ବୁଣାକାରଙ୍କୁ ଉନ୍ନତ କାରିଗରୀ କିଟ ଓ ପିଟ ଲୁମ ପ୍ରଦାନ କରିବା ପରେ ଦୁଇ ଜଣ ସଫଳ ଚାଷୀ ଏବଂ ଧାନ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୦. ୬୬ ଡେସିବିଲ ନିଜସ୍ୱ ଜମି ଆରଏମସି ବରଗଡ଼ଙ୍କୁ ପ୍ରଦାନ କରିଥିବା ସମଲେଇ ପଦର ଗ୍ରାମର ୫ ଜଣ ଚାଷୀଙ୍କୁ ସମ୍ମାନିତ କରିଥିଲେ।

ଏହାପରେ ମାନ୍ୟବର ମନ୍ତ୍ରୀ ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ଓ ବୁଣାକାରଙ୍କୁ ସମ୍ବୋଧିତ କରିବା ସହ ଜିଲ୍ଲର ଉତ୍କୃଷ୍ଟ ବୟନ ଓ ଚଷୀଙ୍କ ଆବଦାନକୁ ପ୍ରଶଂସା କରି ନିଜ ଅଭିଭାଷଣରେ କହିଥିଲେ ଯେ, ଲୋକଙ୍କ ସରକାର ଆପଣମାନଙ୍କ ଶ୍ରମ ଓ କଳାକୁ ସମର୍ଥନ ଜଣାଇଛନ୍ତି । ୨୭ କୋଟି ୫୭ ଲକ୍ଷ ବ୍ୟୟରେ ବିଶ୍ଵସ୍ତରୀୟ ବିପଣନ କେନ୍ଦ୍ର ଭାବେ ବେହେରା-ବାଲିଜୁରୀ ବୁଣାକାର ହାଟର ବିକାଶ କରାଯିବ। ଏହାପରେ ସମ୍ମାନର ସହ ଆମ ବୁଣାକାରମାନେ ବ୍ୟବସାୟ କରିପାରିବେ । ଯାହା ଗ୍ରାମୀଣ ଅର୍ଥନୀତିକୁ ଅଧିକ ଗତିଶୀଳ କରିବା ସହ ସମ୍ବଲପୁରୀ ବାନ୍ଧକଳା ପରମ୍ପରା ଆହୁରି ଅଧିକ ସମୃଦ୍ଧ ହେବ। ପ୍ରତିଟି ବୁଣାକାରଙ୍କ ହାତେ ହାତେ ସେବା, ଘରେ ଘରେ ବିକାଶ ପହଞ୍ଚାଇବା ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ । ୪ କୋଟି ୬୫ ଲକ୍ଷ ବ୍ୟୟରେ ବେହେରା-ବାଲିଜୁରୀ ବୁଣାକାର ହାଟ ସମ୍ମୁଖରେ Apparel Incubation Centre ପ୍ରତିଷ୍ଠା ହେବ । ଏଥିରେ ୨ ଶହରୁ ଅଧିକ ଯୁବଶକ୍ତି ନିଯୁକ୍ତି ପାଇବେ । ଏତଦବ୍ୟତୀତ ନୂତନ କେନ୍ଦ୍ରୀୟ ଡାଏ ହାଉସ୍, ହାଟପଦାଠାରେ ହ୍ୟାଣ୍ଡଲୁମ୍ ସଂଗ୍ରହାଳୟ, ନୃସିଂହନାଥ ମନ୍ଦିର, ପାଇକମାଳ, ଗୋଡ଼ଭଗା ଓ ଅତାବିରାଠାରେ ନୂତନ ମେଗା ସମ୍ବଲପୁରୀ ବସ୍ତ୍ରାଳୟ ବିକ୍ରୟକେନ୍ଦ୍ର ଖୋଲାଯିବ । ଏହା ଦ୍ଵାରା ବୁଣାକାରମାନଙ୍କ ଜୀବନ-ଜୀବିକା ଅଧିକ ସମୃଦ୍ଧ ହେବ। ସୃଜନିକା କ୍ରାଫ୍ଟ କ୍ଲଷ୍ଟର୍ ପ୍ରୋଗ୍ରାମ୍ ଅଧୀନରେ ବାଉଁଶ ହସ୍ତଶିଳ୍ପର ବିକାଶ ପାଇଁ ବରଗାଁ ଓ ବ୍ରାହ୍ମଣଡିହିଠାରେ ଦୁଇଟି ସାଧାରଣ ସୁବିଧା କେନ୍ଦ୍ର ଖୋଲାଯାଇଛି। ଯେଉଁଠି ଢୋକ୍ରା, ଆଦିବାସୀ ଅଳଙ୍କାର, ଟେରାକୋଟା ହସ୍ତଶିଳ୍ପୀଙ୍କୁ ମଧ୍ୟ ଆମେ ଟୁଲ୍ କିଟ୍ ପ୍ରଦାନ କରିଛୁ । ହସ୍ତତନ୍ତ ସହ ହସ୍ତଶିଳ୍ପର ବିକାଶ ପାଇଁ ମଧ୍ୟ ଆମ ସରକାର ସମ୍ପୂର୍ଣ୍ଣ ସମର୍ପିତ । ଆମ ସରକାର ଆସିବା ପରେ ୫୫ ରୁ ୬୪ କୁ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ସଂଖ୍ୟା ବୃଦ୍ଧି ପାଇଛି। ଏହାଛଡା ବରଗଡ଼ରେ ସମବାୟର ମଧ୍ୟ ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ୨୦୩୬ ସୁଦ୍ଧା ରାଜ୍ୟର ସମସ୍ତ କୃଷକଙ୍କୁ ସମବାୟ ଅଧୀନରେ ଆଣିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ତେଣୁ ଏହି କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ଆଜି ଆରଏମସି ଓ ପ୍ରାଥମିକ କୃଷି ସମବାୟ ସମିତିର ୬୦ ଟି ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବରଗଡ଼ ଜିଲ୍ଲାରେ ସାରର ଚାହିଦା କୁ ଦୃଷ୍ଟିରେ ରଖି ବରଗଡ଼ ସର୍କଲର ୧୧ ଗୋଟି ପ୍ୟାକ୍ସକୁ ନେଇ ବରାହଗୁଡା ମୌଜାରେ ପ୍ରାୟ ୩୦ ଏକର ପରିମିତ ଜମିରେ World’s largest Grain Storage Plan ଅଧୀନରେ ୫୦୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଗୋଦାମ ଗୃହ ନିର୍ମାଣ ସକାଶେ ଅନୁମୋଦନ ମିଳିସାରିଛି I ଏହା ମାଧ୍ୟମରେ ବରଗଡ଼ ଜିଲ୍ଲାରେ ଷ୍ଟୋରେଜ ଜନିତ ସମସ୍ୟାର ସମାଧାନ ହୋଇପାରିବ। ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପ୍ୟାକ୍ସ /ଲ୍ୟାମ୍ପ ଗଠନ ସହ ପ୍ରତ୍ୟେକ ପ୍ୟାକ୍ସ /ଲ୍ୟାମ୍ପସ ଚାଷୀଙ୍କ ସମସ୍ତ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରିବ ।  "ସବକା ସାଥ ସବକା ବିକାଶ" ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ମୁଁ ନିବେଦନ କରୁଛି । ସମବାୟ ଋଣ ରିହାତି ସହାୟତାରେ କୃଷକମାନଙ୍କୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ । ୨୦୨୬-୨୭ ଆର୍ଥିକ ବର୍ଷରେ ୩୮ ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଫସଲ ଋଣ ପ୍ରଦାନ ବାବଦକୁ ଋଣ ରିହାତି ଯୋଜନାରେ ୧ ହଜାର ୭୦ କୋଟି ଟଙ୍କା ସହାୟତା ପ୍ରଦାନ କରା କରାଯିବ । ଫସଲ ହାନିରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୫ ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି। ତୃଣମୂଳସ୍ତରରେ ଦକ୍ଷତା ଏବଂ ପାରଦର୍ଶିତା ବଢ଼ାଇବା ଲାଗି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ୟକ୍ସ ଓ ଲ୍ୟାମ୍ପସ ଗୁଡିକର କାର୍ଯ୍ୟ ସମ୍ପାଦନ ବାବଦକୁ ୨୦ କୋଟି ଟଙ୍କା ଏବଂ ଭିତ୍ତିଭୂମି ଉନ୍ନତିକରଣ ବାବଦକୁ ୧ ଶହ କୋଟି କୋଟିର ସହାୟତା ପ୍ରଦାନ କରାଯିବ । ଶହେଟି ମଡେଲ ମଣ୍ଡି ପାଇଁ ଶହେ କୋଟି ଟଙ୍କାର ପ୍ରସ୍ତାବ ରହିଛି । ମୋଡେଲ ପ୍ୟାକ୍ସ ଭାବେ ପ୍ରଥମ ପର୍ଯାୟରେ ଜିଲ୍ଲାର ଲାଉମୁଣ୍ଡା ଏବଂ ବରପାଲି-କଟାପାଲି ପ୍ୟାକ୍ସ କାର୍ଯ୍ୟରତ ଅଛି ଇ ସହଯୋଗ ମାଧ୍ୟମରେ ସମୃଦ୍ଧିର ଆହ୍ବାନ ନେଇ ଆମେ ନୂଆ ସମବାୟ ନୀତି ଆଣିଛୁ । ଏହା ଆପଣମାନଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବ ବୋଲି ମୁଁ ଆଶା କରୁଛି। ବରଗଡ଼ ଜିଲ୍ଲାର କୃଷକ ବନ୍ଧୁମାନଙ୍କର ଅମୂଲ୍ୟ ଅବଦାନ ପାଇଁ ଗଭୀର ସମ୍ମାନ ଏବଂ କୃତଜ୍ଞତା ଜଣାଉଛି । କୃଷି ଓ କୃଷକର ଉନ୍ନତି ତଥା ଚାଷୀ ବନ୍ଧୁଙ୍କ ଜୀବନ-ଜୀବିକାକୁ ଅଧିକ ସ୍ପନ୍ଦିତ ଓ ଋଦ୍ଧିମନ୍ତ କରିବା ପାଇଁ ଆମ ଡବଲ ଇଞ୍ଜିନ  ସରକାର ସଦା ସର୍ବଦା ପ୍ରୟାସ କରୁଛନ୍ତି । 

ଏହିଅବସରରେ ମାନ୍ୟବର ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀଙ୍କ ସମେତ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ,ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ବରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୋଏ, ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ, ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଉପସ୍ଥିତ ରହି ସମସ୍ତ ବୁଣାକାର ଓ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।

ଏହିଅବସରରେ ମାନ୍ୟବର ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀଙ୍କ ସମେତ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ,ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ବରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୋଏ, ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ, ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଉପସ୍ଥିତ ରହି ସମସ୍ତ ବୁଣାକାର ଓ ଚାଷୀଙ୍କୁ ଉତ୍ସାହିତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   22-Jun-2026
  ଜିଲ୍ଲା  
ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   22-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   22-Jun-2026
  ଜିଲ୍ଲା  
*ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   21-Jun-2026
  ଜିଲ୍ଲା  
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   21-Jun-2026
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   21-Jun-2026
  ଜିଲ୍ଲା  
ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   21-Jun-2026
  ଜିଲ୍ଲା  
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ   21-Jun-2026

You Might Also Like