-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||      ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   (21-Jun-2026)       ||      ପ୍ରଶାସନ ର ଦୃଷ୍ଟି ପଡ଼ୁ   (21-Jun-2026)       ||      ପୁରୁଣାପାଣି ଶୀତଳ ଷଷ୍ଠୀ ଜଳନ୍ଧର ଦରବାର ଉଦ୍‌ଯାପିତ♦️ ଉତ୍ସବ ମାଧ୍ୟମରେ ଶାନ୍ତି, ମୈତ୍ରୀ ଓ ପ୍ରଗତି ର ବାର୍ତ୍ତାର ହେବ ପ୍ରସାର- ନରସିଂହ   (21-Jun-2026)       ||      ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ♦️୩୭ ୟୁନିଟ ରକ୍ତ ସଂଗୃହୀତ    (21-Jun-2026)       ||      ବିନିକା:ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ।                (21-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘ ୨୭ ତମ ବାର୍ଷିକ ଉତ୍ସବ    (21-Jun-2026)       ||      ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବାର୍ତ୍ତା ନେଇ ଯୋଗ ଦିବସ ପାଳିତ    (21-Jun-2026)       ||      ମାୟାବର୍ହା ହାଇସ୍କୁଲ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ   (21-Jun-2026)       ||      ବରପାଲିର ମହାନ ପୌରାଣିକ ଶୀତଲଷଷ୍ଠୀ ଉପଲକ୍ଷେ ଭୋଗ ବଣ୍ଟନ   (21-Jun-2026)       ||     

HOME   ଜିଲ୍ଲା

ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ

30-Apr-2026



(ରଂଜିତ ମହାନ୍ତି )
ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ଗୋପବନ୍ଧୁ ଥିଲେ ବରୀବାସୀଙ୍କ ଚିନ୍ତା ଓ ଚେତନାର ଦେବତା- ଅଧ୍ୟକ୍ଷମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଥିଲେ ବରୀବାସୀଙ୍କ ଚିନ୍ତା ଆଉ ଚେତନାର ଦେବତା । ଦେଶ ପରାଧୀନ ଥିଲା ବେଳେ ବରୀ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ବରୀକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳରେ ପରିବର୍ତ୍ତିନବକରିଥିଲେ । ତାଙ୍କ ନେତୃତ୍ୱରେ ବରୀ ତ୍ୟାଗ ଓ ବଳିଦାନର ମାଟିରେ ପରିବର୍ତ୍ତିତ ହୋଇଥିଲା । ତ୍ୟାଗ ଓ ଦେଶ ସେବାର ସେଇ ମହାନ ସନ୍ଥଙ୍କ ନାମରେ ନାମିତ ଆମ ମହାବିଦ୍ୟାଳୟ ଆଜି ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପରିଚୟ ପାଇଛି । ଆଜିର ପବିତ୍ର ଦିନରେ ତାଙ୍କ ଆଦର୍ଶ ଅନୁଯାୟୀ କାର୍ଯ୍ୟ କରିବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଏହିଭଳି କହି ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ।
ଆଜି ଥିଲା ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାତଃ ସ୍ମରଣୀୟ, ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ । ଆଜି ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ଦିବସ ତାଙ୍କ ନାମରେ ନାମିତ ଜିଲ୍ଲାର ଦ୍ଵିତୀୟ ପୁରାତନ ତଥା ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ବଡ଼ି ସକାଳୁ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ମିଳିତ ହୋଇ ବ୍ରାହ୍ମଣୀ ନଦୀରେ ତିଳ ତର୍ପଣ କରିଥିଲେ । ଏହା ପରେ ପୂର୍ବାହ୍ନରେ କଲେଜ ପରିସରରେ “ସ୍ନେହ ଓ ମାଟିର ମଣିଷ: ଜନ ସେବାର ଅମର ପ୍ରତୀକ” ଶୀର୍ଷକ ଗୋପବନ୍ଧୁ ସ୍ମାରକୀ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଓଡ଼ିଆ ସମାଲୋଚକ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ସନ୍ତୋଷ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଜ୍ୟୋତିର୍ବିଦ ଡ଼ଃ ପ୍ରଭଞ୍ଜନ ପତି, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ବୃନ୍ଦାବନ ସାମଲ ଓ ଯୁଧିଷ୍ଠିର ଜେନା ଯୋଗଦେଇ ଗୋପବନ୍ଧୁ ଚୌଧୁରୀଙ୍କ ବିଷୟରେ ନିଜ ନିଜ ମତ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ଦାସ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସରୋଜ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲା ବେଳେ ଅଧ୍ୟାପକ ଡ଼ଃ ରାକେଶ ପରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଆଲୋଚନା ପ୍ରାରମ୍ଭରୁ ଅତିଥି ମାନେ କଲେଜ ପରିସରରେ ଥିବା ସ୍ୱର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   21-Jun-2026
  ଜିଲ୍ଲା  
ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   21-Jun-2026
  ଜିଲ୍ଲା  
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ   21-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   21-Jun-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   21-Jun-2026
  ଜିଲ୍ଲା  
ଦହ୍ୟା ଜୀବନ ବିକାଶ ଡିଗ୍ରୀ କଲେଜ ରେ ବିଶ୍ୱ ଯୋଗ ଦିବସ ପାଳନ -   21-Jun-2026
  ଜିଲ୍ଲା  
ପ୍ରଶାସନ ର ଦୃଷ୍ଟି ପଡ଼ୁ   21-Jun-2026

You Might Also Like