-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||     

HOME   ରାଜ୍ୟ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

30-Apr-2026



କନ୍ଧମାଳ(ସୁଶୀଳ କୁମାର ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱ ରେ ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ପ୍ରଥମେ ଶୋଭାଯାତ୍ରାରେ ରେ ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ଵରେ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସ୍ମାରକପତ୍ରରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଥିବା ସତ୍ତ୍ୱେ ସରକାର ଙ୍କ ଅଣଦେଖା କୁ ଦର୍ଶାଇ ଦାବିପତ୍ର ପ୍ରଦାନ କରାଯାଇଛି l ଦେଶର ସଂଖ୍ୟାଧିକ ରାଜ୍ୟ ଏବଂ ସେହି ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨ ଶହ ମଧ୍ୟରେ ସୀମିତ ରହିବା କ୍ଷୋଭ ର କାରଣ । ପୁନଶ୍ଚ ଉତ୍ତର ପ୍ରଦେଶ, ବିହାର, ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,ହଜାର ଟଙ୍କାରୁ ୨୫,ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃତ୍ତିଗତ ଅଭୟତା ଭଳି ନାନାଦି ଆର୍ଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକବର୍ଗଙ୍କୁ ବଞ୍ଚିତ କରାଯାଇଛି । ଏଥିରୁ ଏହା ପ୍ରତୀୟମାନ ହେଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି । ଏହି ସନ୍ଦର୍ଭରେ ପୂର୍ବ ସରକାରଙ୍କ ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଏଠାରେ ସ୍ମରଣଯୋଗ୍ୟ ଯେ, ୨୦୨୪ ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାର ବିରୋଧରେ ସାମ୍ବାଦିକମାନଙ୍କୁ ନେଇ ଏକ ବିଶାଳ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଥିଲା । ସେହି ସମାବେଶ ସମୟରେ ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ ମୋହନ ଚରଣ ମାଝି ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ତିନି ହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଉଦବୋଧନ ମାଧ୍ୟମରେ ଆଶ୍ୱାସନା ଦେଇଥିଲେ ଯେ, ସରକାରକୁ ଆସିଲେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଛଅମାସ ମଧ୍ୟରେ ପୂରଣ କରଯିବ । ଅଧିକନ୍ତୁ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି l ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଗଠନ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିମ୍ନଲିଖିତ ନ୍ୟାର୍ଯ୍ୟ ଦାବୀ ନେଇ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରଦାନ କରାଯାଇଥିବା ଦାବି ମଧ୍ୟରେ ରହିଛି, ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯିବା । କ୍ରମାଗତ ଭାବେ ସାମ୍ବାଦିକମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା । ୬୦ ବର୍ଷ ବୟସରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ୧୫ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରାଯିବା । ଓଡ଼ିଶା ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ୱରରେ ଭବନ ନିର୍ମାଣ କରି ବୃତ୍ତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା ଦେବା । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ପରିସରରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧୀକାରୀଙ୍କ ମାତା-ପିତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା ଇତ୍ୟାଦି ରହିଛି । ସଂଘ ପକ୍ଷରୁ ନିଷ୍ପତ୍ତି କ୍ରମେ ଆସନ୍ତା ମେ ୧ ତାରିଖ, ଶ୍ରମିକ ଦିବସ ଦିନ ଜିଲ୍ଲାର ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ ସମ୍ପାଦନ କରିବା ପରୋକ୍ଷ ରେ ରାଜ୍ୟ ସରକାର ଙ୍କୁ

ଚେତାବନୀ ବୋଲି ଆଜି ସ୍ପଷ୍ଟ ହୋଇଯାଇଛି l ଆଜି ସ୍ମାରକପତ୍ର ପ୍ରଦାନ ସମୟରେ ସାମ୍ବାଦିକ ଫିଲ ମୋହନ ନାୟକ,ପ୍ରତାପ ଦିଗାଲ, ଶିବ ପ୍ରାସାଦ ତ୍ରିପାଠୀ, ବୈଦ୍ୟ ନାୟକ, ମନୋରଞ୍ଜନ ରାୟ, ସୁବାଷ ଚନ୍ଦ୍ର ମହାରଣା, ବସନ୍ତ ବେହେରା, ପବିତ୍ର ଦିଗାଲ, ହେମନ୍ତ ମୁଖୀ, ବଳଦେବ ବେହେରା, ପାର୍ଥ ବିଶ୍ୱାଳ, ସନ୍ଦୀପ ନାୟକ ଲକ୍ଷ୍ମୀ ମଲ୍ଲିକ, ସମୀର ସାହୁ, ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026
  ଜିଲ୍ଲା  
ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    06-Nov-2026
  ଜିଲ୍ଲା  
ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   06-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   06-Nov-2026

You Might Also Like