-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବରଗଡ଼:-ବିଜେପୁର ନିର୍ବାଚନ ମଣ୍ଡଳୀରେ ଯାଉଥିବା ପଥର୍ଲା ଠାରେ ବିଜେପିର ବରିଷ୍ଠ ନେତା ଶ୍ରୀମାନ ପ୍ରମୋଦ ଛତର ଙ୍କ ଆୟୋଜନ କ୍ରମେ ଏକ ବିରାଟ ବନ୍ଧୁ ମିଳନ ସହ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ତୋଷବନ୍ତ ସାହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁ ମିଳନ ସଭାରେ ବର୍ତ୍ତମାନ ଦେଖାଦେଉଥିବା ରାଜନୈତିକ ପରିସ୍ଥିତି ଉପରେ ବେଶ ଚର୍ଚ୍ଚା କରାଯାଇଥିଲା।ଭାରତ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ପାଇଁ ବିକାଶ ସମ୍ଭବ ହୋଇପାରିଛି।ତାଙ୍କ ପାଇଁ ବିଶ୍ୱରେ ଦରବାରରେ ଭାରତର ପ୍ରତିଛବି ବେଶ ଶୋଭାବର୍ଦ୍ଧନ ହୋଇ ପାରିଛି ବୋଲି ତୁଙ୍କ ନେତା ଶ୍ରୀ ଛତର ବନ୍ଧୁ ମିଳନ ଅବସରରେ ମତବ୍ୟକ୍ତ କରିଥିଲେ।ଆଜିକାର ଏଇ ସଭାରେ ଦୀପକ ନନ୍ଦ,ଲକ୍ଷ୍ମଣ ବିଶି,ରୁକୁମନ ରାଜହଂସ,ଚନ୍ଦ୍ରମଣି ରାଜହଂସ,ଦୋରାଜଜ ଗର୍ତିଆ ଙ୍କ ସହିତ ଶତାଧିକ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦାନ କରିଥିଲେ।