-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବଲାଙ୍ଗୀର, ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ କମିଟିର ସଭାପତି ଇଂ ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ଗୁରୁ ଦିବସ ପାଳନ ଅବସରରେ କିଛି ସୁନାମଧନ୍ୟ ଶିକ୍ଷକ/ଶିକ୍ଷୟତ୍ର୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ । ଆହୁରି ମଧ୍ୟ କମିଟି ତରଫରୁ , ସ୍ମରଣିକା ପ୍ରକାଶନ ପାଇଁ ଏକ ସ୍ମରଣିକା କମିଟି ଗଠନ କରାଯାଇଛି । ସାଧାରଣ ସଂପାଦକ ମନୋରଂଜନ ସାହୁ ବିଭିନ୍ନ ପ୍ରାସ୍ତାବ ଆଗତ କରି ସଭାକୁ ପରିଚାଳନା କରିଥିଲେ । ଆସନ୍ତା ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତ ସମୟରେ ସଚିବଙ୍କୁ ଦାବିପତ୍ର ପ୍ରଦାନ ତଥା ପୌର ସଂସ୍ଥା ସହ ବିଗତ ଆଲୋଚନା ଅନୁସାରେ ନାଗରିକ କମିଟି ତରଫରୁ ପ୍ରତ୍ୟେକ ୱାର୍ଡ ପାଇଁ ୱାର୍ଡ ଅଫିସର ମାନଙ୍କ ତାଲିକା ପ୍ରସ୍ତୁତ ହୋଇ ପୌରସଂସ୍ଥାକୁ ପ୍ରଦାନ କରାଯିବ । ଏହି ଆଲୋଚନାରେ ଗୋପାଳଜୀ ପାଣିଗ୍ରାହୀ, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ଦ୍ୱାରିକାନାଥ ପଟେଲ, କିଶୋର ମୋହନ ମିଶ୍ର, ମନୋରଂଜନ ପୁରୋହିତ, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା, ସଲିମ୍ ଖାନ୍, ଅଶୋକ ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ବିମଳ ଚୋପଦାର, ମାଲିଆ ଗଡୁଆ, ସରୋଜ ଚୋପଦାର, ଗୋପାଳକୃଷ୍ଣ ମିଶ୍ର ଓ ପୀତବାସ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉପସଭାପତି ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।