-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଆଜି ସୋନପୁର ସହର ର ଖଦାଳ ପଡା ନିବାସୀ, ଜଣାଶୁଣା ଫୁଟବଲ ଖେଳାଳି ତଥା ରାଜ୍ୟ ସ୍ତରୀୟ ଫୁଟବଲ ରେଫରୀ, ସର୍ବ ଭାରତୀୟ ସ୍ତରୀୟ ଖୋକୋ ରେଫରୀ ଶ୍ୟାମ ସୁନ୍ଦର ନାଏକ (୪୫) ଙ୍କ ଅକାଳ ବିୟୋଗ ଘଟିଛି l ଶ୍ରୀ ନାଏକ ସାହାରା ଟ୍ରଷ୍ଟ ହାଇସ୍କୁଲର ଖେଳ ଶିକ୍ଷକ, ଜ଼ିଲ୍ଲା କ୍ରୀଡା ସଂଘ ଓ ବିଭିନ୍ନ କ୍ରୀଡା ସଂଗଠନ
ରେ ଖୁବ ଶୃଙ୍ଖଳା ଓ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଏ ଅଞ୍ଚଳ ରେ ବେଶ ପରିଚିତ ପ୍ରଶଂସିତ ଥିବା ବେଳେ ସର୍ବ ଭାରତୀୟ ଖକୋ ଟୁର୍ନାମେଣ୍ଟ ରେ ଭାରତ ର ଚମ୍ପିୟାନ ସମୟ ରେ ଶ୍ରୀ ନାଏକ ଏହି ଟୁର୍ନାମେଣ୍ଟ ରେ ରେଫରୀ ଦାୟିତ୍ୱ ତୁଲାଇ
ସୁବର୍ଣ୍ଣପୁର ତଥା ଓଡିଶାର ଗୌରବ ଆଣିଥିଲେ l ଆଜି ଶ୍ରୀ ନାଏକଙ୍କ ମୃତ୍ୟ ଖବର ସହର ଓ ଜ଼ିଲ୍ଲା ଲୋକଙ୍କୁ ମର୍ମାହତ କରିଥିବା ବେଳେ ହଜାର ଛାତ୍ରଛାତ୍ରୀ, ଶିକ୍ଷକ, ଖେଳ ପ୍ରେମୀ ତାଙ୍କୁ ଝୁରୁଛନ୍ତି l