-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ ରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଶ୍ରୀ ଦିଲୀପ କୁମାର ପାଠୀ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି l ବିଇଓ ଶ୍ରୀ ଦିଲିପ ପାଠୀ ପ୍ରଥମେ ଚ୍ଛେଲିଆ ପାଟ୍ ଉଚ୍ଚ ବିଦ୍ୟାଳୟ ଭରସୁଜା ରେ ପ୍ରଧାନ ଶିକ୍ଷକ ପଦବୀରେ କାର୍ଯ୍ୟରତ ଥିଲେ l ଆଗଲପୁର ବ୍ଲକ୍ ରେ ଦୀର୍ଘ ଦିନ ହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିଲା, ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ଦାୟିତ୍ଵ ଭାର ତୁଲାଉ ଥିଲେ l ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରଜନୀକାନ୍ତ ସାହୁ ଓ ସମସ୍ତ କର୍ମଚାରୀ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ l ଶ୍ରୀ ପାଠି ଚ୍ଛେଳିଆପାଟ ବିଦ୍ୟାଳୟ ରୁ ପଦୋନ୍ନତି ପାଇ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଛନ୍ତି l ଶ୍ରୀ ପାଠୀ ଯୋଗ ଦେବା ସମୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ମୁଖ୍ୟ କିରାଣୀ ରାଧାକାନ୍ତ ମାଝୀ, ଜୁନିଅର କିରାଣୀ ରମାକାନ୍ତ ତ୍ରୀପାଠୀ, ସିଆରସିସି ସଦାନନ୍ଦ ଭୋଇ, ବାବୁଲାଲ ସାହୁ, ରୋହିତ କୁମାର୍ ପଧାନ, ନିରଞ୍ଜନ ପଧାନ, ଦିଲିପ ସିଂହ ବାବୁ, ଶିକ୍ଷକ ଧର୍ମେନ୍ଦ୍ର ସାହୁ, ଆକାଉଣ୍ଟ ସୁବ୍ରତ ଦାସ୍, ଗୁପ୍ତେଶ୍ୱର ମାଝୀ, ଏମଆଇଏସ ହୈମୟନ୍ତୀ ସିଂ ତଣ୍ଡକାର, ବିଭୂତି ପଟେଲ, ନବକିଶୋର ସାମଲ, ଅମରେଶ ପଟେଲ, ଜନ୍ମେୟ ଛନ୍ଦା, ରୁକ୍ମଣ ପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ କରିଥିଲେ l