-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ସୁବର୍ଣ୍ଣପୁର - ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ କୁ ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସମ୍ବର୍ଦ୍ଧିତ କରାଯାଇଛି l ଗତ 1 ତାରିଖ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ସ୍ଥନ୍ୟପାନ ସପ୍ତାହ ପାଳନ ଅବସର ରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଙ୍କ ଠାରୁ ଡା. ଦୁର୍ଗାଦତ୍ତ ଦାଶ ଏ ଡି ଏମ ଓ ମେଡିକାଲ ମାନପତ୍ର ସହ ଟ୍ରଫି ଏବଂ ଦଶ ହଜାର ଟଙ୍କା ଚେକ ଗ୍ରହଣ କରିଛନ୍ତି l ଶିଶୁ ଜନ୍ମ ପରେ ଛଅ ମାସ ଯାଏ ମା କ୍ଷୀର ଖାଇବା ଓ ଛଅ ମାସ ରୁ ଦୁଇ ବର୍ଷ ଯାଏ ମା କ୍ଷୀର ସହ ଘରେ ପ୍ରସ୍ତୁତ ଖାଦ୍ୟ ଖୁଆଇବା କ୍ଷେତ୍ର ରେ ସଚେତନତା ଓ ପରାମର୍ଶ ସେବା ପ୍ରଦାନ କ୍ଷେତ୍ର ରେ ସୋନପୁର ମେଡିକାଲ ପାରଦର୍ଶିତା
ଦେଖାଇଥିବାରୁ ଓଡିଶା ରେ ପ୍ରଥମ ସ୍ଥାନ ରେ ଏ ବେବି ଫ୍ରେଣ୍ଡଲି ସମ୍ବର୍ଦ୍ଧନା ପାଇଥିବା ଜଣାଯାଇଛି l ସୂଚନା ଡିଆଯାଉଛି କି ଏହା ର କିଛି ଦିନ ପୂର୍ବରୁ ସନ୍ତାନ ଜନ୍ମ ର ବ୍ୟବଧାନ ପାଇଁ ପି ପି ଆୟୁ ସି ଡ଼ି ପ୍ରଦାନ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ପାଇଁ ଓଡିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଙ୍କ ଠାରୁ ଡା ଦୈତ୍ୟ ନାରାୟଣ ପାଢ଼ୀ ଏ ଡ଼ି ଏମ ଓ ପରିବାର କଲ୍ୟାଣ ସୋନପୁର ଆମ ଜିଲ୍ଲା ତରଫରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରି ସାରିଛନ୍ତି !