-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମପଞ୍ଚାୟତ ଅଧିନସ୍ଥ ଟାଙ୍ଗରୀପଡା ଗ୍ରାମର ରୁଡ଼ନେ କାଣ୍ଡ ତାଙ୍କ ସ୍ୱାମୀ-ଟିକମନ କାଣ୍ଡ ମୃତ୍ୟୁ ବରଣ ହେଇକି 10 ବର୍ଷ ରୁ ବିତିଗଲାଣି କିନ୍ତୁ ଘର ଖଡ଼ିଏ ମିଳିନାହିଁ । ରୁଡ଼ନେ କାଣ୍ଡ ଙ୍କୁ ସରକାରୀ ସହାୟତା କହିଲେ କେବଳ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯାହା ପରିବାରର ଭୋକ ମେଣ୍ଟାଇବା ପାଇଁ ଯଥେଷ୍ଟ
ନୁହଁ । ପ୍ରଶାସନ ଗରିବ ନିରୀହ ବିଧବା ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ସହାୟତା ଯୋଗାଇଦେବା ପାଇଁ ଡ଼ିମଡ଼ିମ୍ବ ପିଟୁଥିବା ପ୍ରଶାସନ ଓ ସରକାର ଙ୍କ ଅନେକ ଯୋଜନାକୁ ସଫଳ କରିଥିବାର ମଧ୍ୟ ଶୁଣାଯାଏ କିନ୍ତୁ ରୁଡ଼ନେ ଙ୍କ ଦୁଃଖ ଦେଖିଲେ ସରକାରଙ୍କ ଯୋଜନା ଶୁଣିବା ପାଇଁ ଫଲ ପାଇବା ଆଶା ରଖିବା ନୁହେଁ ରୁଡ଼ନେ ଇନ୍ଦ୍ରା ଆବାସ ଘର ବିଧବା ପାଇଁ ପଞ୍ଚାୟତ ପ୍ରଶାସନ ଠୁ ଆରମ୍ବ କରି ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଖଣ୍ଡିଏ ଘର ପାଇଁ ସରକାର ଙ୍କ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ପଢ଼ିଛନ୍ତି ଯାହା ବ୍ଲକ ପ୍ରଶାସନର ଏହା ଏକ କାର୍ଯ୍ୟର ଅବହେଲିତ ତେଣୁ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ଏହି ଗରିବ ପରିବାରକୁ ଦୃଷ୍ଟି ଆକର୍ଷଣ କରିବା ନିହାତି ଜରୁରୀ ଯଥା ଶୀଘ୍ର ରୁଡ଼ନେ କାଣ୍ଡ ଙ୍କୁ ଖଣ୍ଡିଏ ଘର ଯୋଗାଇଦେବାଙ୍କୁ ଅନୁରୋଧ କରୁଛୁ l