-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
31-Jul-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ କୁରୁଲ ସ୍ଥିତ ରାମଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ର ପୁରାତନ ଛାତ୍ର ଛାତ୍ରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସୃତି ନିମନ୍ତେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ
କରାଯାଇଥିଲା। ବିଦ୍ୟାଳୟର ସଭାପତି ସୁଦାମ ପଟେଲ, ଭୂମିଦାତା ଗୌନତିଆ ଯଜ୍ଞେଶ୍ଵର ନାଏକ, ପ୍ରଥମ ସମ୍ପାଦକ ପିତବାସ ପଟେଲ, ସଙ୍ଗଠକ ବାଲେଶ୍ଵର ପଟେଲ, ମୋସ୍କୁଲ ଅଭିଯାନ ସଭାପତି ଅଶ୍ଵିନୀ ନାଏକ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଅମରଦୀପ ପାଣିଗ୍ରାହୀ, ପୁଇନ୍ତଲା ବ୍ଲକ ପି .ଏ ହିମାଂଶୁ ମିଶ୍ର ମଞ୍ଚାସୀନ ରହି ଶ୍ରୀ ପଣ୍ଡାଙ୍କ ସ୍ମୃତିଚ।ରଣ କରିଥିଲେ l
ସମ୍ମାନିତ ଅତିଥି ଭାବେ ମହିମୁଣ୍ଡା,ବନ୍ଧପଡା, ଭ।ଲେର ଓ ଆଠଗାଁ ର ପ୍ରଧାନଶିକ୍ଷକ ସୁନିଲ ଭୋଇ, ଆନନ୍ଦ ବଡ଼ପଣ୍ଡା, ପ୍ରଦୀପ ଗୁରୁ ଓ ଦିଲୀପ ଯୋଷୀ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଅନେକ ଉପାଦେୟ ଜ୍ଞାନ ପ୍ରଦାନ କରି ପଣ୍ଡାଙ୍କ ଜୀବନୀ ବିଷୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ନୂତନ ଓ ପୁରାତନ ଛାତ୍ରଛାତ୍ରୀ ସହ ପୂର୍ବତନ କମିଟି ଓ ନୂତନ କମିଟି ଯୋଗଦେଇ ଅନେକ ଉପଢୌକନ ପ୍ରଦାନ କରିଥିଲେ।