-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି ): ଆଜି ସକାଳ 10 ଟା ସମୟରେ ସମୟରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆସିଥିବା ପ୍ରଚାର ଗାଡି କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଶୁଭ ଅବସରରେ ବସନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କମଳା କାନ୍ତ କଟାରୀ, ଯୋଜନା ଅଧିକାରୀ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମନୋଜ କୁମାର, ଜିଲ୍ଲା ସଂଯୋଜକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଜେନେରାଲ ବୀମା ଓ ଚାଷୀ ଭାଇମାନେ ଉପସ୍ଥିତ ଥିଲେ | ଏହି ପ୍ରଚାର ଗାଡି ସବୁ ଗ୍ରାମ ପଞ୍ଚାୟତରେ ବୁଲି ଚାଷୀ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ ଋତୁରେ ଧାନ ଫସଲର ପଞ୍ଜୀକରଣ କରିବା ପାଇଁ ସଚେତନତା ସୃଷ୍ଟି କରିବେ |