-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିରରୁ ବାହାରି ଉତ୍ତରାଖଣ୍ଡସ୍ଥିତ ୧୩ ହଜାର ଫୁଟ ଉପରେ ଥିବା ବାବା କେଦାରନାଥ ମନ୍ଦିର ପରିସରରେ ପହଞ୍ଚି ମନ୍ଦିର ଶିଖରରୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ "ଧରାପୃଷ୍ଠକୁ ସବୁଜମୟ ଆମର ଲକ୍ଷ୍ୟ, ଗୋଟିଏ ଜୀବନ ଅଟେ ଗୋଟିଏ ବୃକ୍ଷ" ବାର୍ତ୍ତା ଦେଇ ଆଗାମୀ ଦିନରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି। ବାବା କେଦାରନାଥ ସମସ୍ତଙ୍କୁ ସୁସ୍ଥ ସବଳ ରଖିଥାନ୍ତୁ, ସମସ୍ତେ ସାମାଜିକ ଉନ୍ନତିମୂଳକ କ୍ଷେତ୍ରରେ ଆଗେଇ ଚାଲନ୍ତୁ, ବୋଲି ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ବାବା କେଦାରନାଥଙ୍କ ଠାରେ କାମନା କରାଯାଇଛି ।