-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Jul-2023
ଆଗଲପୁର (ବିନୋଦ ଦୀପ ) ଗୋଟାଏ ଦୁର୍ଗମ ଅଞ୍ଚଳର କାହାଣୀ। ବଲାଙ୍ଗିର ସଦର ମହକୁମା ଠାରୁ ମାତ୍ର ୪୫ କିଲୋମିଟର ରେ ଅବସ୍ଥିତ ଆଗଲପୁର କିନ୍ତୁ ତଥାପି ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ। ବଲାଙ୍ଗୀର ଜିଲ୍ଲାର ଚିର ଅବହେଳିତ ବ୍ଳକ୍ ଭାବରେ ବେଶ୍ ଜଣାଶୁଣା ଆଗଲପୁର ବ୍ଳକ୍। ରାଜନୈତିକ ଦୃଷ୍ଟିକୋଣରୁ ଏହି ବ୍ଳକ୍ ସବୁବେଳେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପାର୍ଥୀଙ୍କ ଜିତ୍ ହାର ଉପରେ ଏହି ବ୍ଳକ୍ ଭୋଟର ଉପରେ ନିର୍ଭର କରିଆସୁଛି। କିନ୍ତୁ ବିଡମ୍ବନା ଯେତିକି ବିକାଶ ହେବା କଥା ଏହି ବ୍ଳକ୍ ହୋଇ ପାରିନାହିଁ। ଗମନାଗମନ ଠାରୁ ଆରମ୍ଭ କରି ରାସ୍ତା ଘାଟ ମଧ୍ୟ ଠିକ୍ ଭାବରେ ଏହି ବ୍ଳକ୍ ର କେତେକାଂଶରେ ନାହିଁ। ପ୍ରଥମ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଯେଉଁ ସମୟରେ କେନ୍ଦ୍ରରେ ଏନ୍ ଡି ଏ ସରକାର ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେଯୀ ଅନୁମୋଦିତ କଲେ ସେହି ସମୟରେ ବଲାଙ୍ଗୀର ଜିଲ୍ଲାର ସବୁଠାରୁ ଅଧିକ ସଡକ ଯୋଜନାରେ ଆଗଲପୁର ବ୍ଳକ୍ ର ବିଭିନ୍ନ ଅଞ୍ଚଳରେ ନିର୍ମାଣ ହୋଇଥିଲା। ତା ପୁର୍ବରୁ କୌଣସି ରାସ୍ତା ଘାଟ ଗୋଟାଏ ପ୍ରକାର ନଥିବା ସଦୃଶ। ଏବେ ବି ସାଲେଭଟ୍ଟା ଠାରୁ ଆଗଲପୁର ଦେଇ ନଅଗାଁ (କ) ଯାଉଥିବା ରାସ୍ତା ଯେ କେହି ବି ଦେଖିଲେ ଅନୁଭବ କରିବ ଏକ ଦୁର୍ଗମ ଅଞ୍ଚଳର ରାସ୍ତା ବୋଲି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସମ ଦଶା ବଲାଙ୍ଗୀର ଜିଲ୍ଲା ତମାମ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ରହିଥିଲେ ମଧ୍ୟ ଆଗଲପୁର ବ୍ଳକ୍ ଠାରେ ନାହିଁ। ସେହିପରି ଦୀର୍ଘ ବର୍ଷ ହେବ ବ୍ଲକ ଶିକ୍ଷା ଅଧିକାରୀ ଏଠାରେ ନାହିଁ। ଲୋଇସିଂହା ଅଧିକାରୀ ଙ୍କ ହାତରେ ଆମ ଶିକ୍ଷା ବ୍ୟବସ୍ଥା। ଶିକ୍ଷକ ଅଧିକାଂଶ ସ୍କୁଲ ଠାରେ ରହିଥିବା ବେଳେ କେତେକ ସ୍କୁଲ୍ ରେ ପଢିବା ପାଇଁ କୋଠରୀ ମଧ୍ୟ ନାହିଁ। ଛାତ୍ର ଛାତ୍ରୀ ମାନେ ସାଇକେଲ ଷ୍ଟାଣ୍ଡରେ ମଧ୍ୟ କେତେକ ସ୍କୁଲ୍ ରେ ପଢୁଥିବା ନଜର ରହିଛି। କୃଷି ଅବସ୍ଥା ମଧ୍ୟ ସମାନ ଦଶାରେ ଏହି ବ୍ଳକ୍ ଅଧିକାଂଶ ପଞ୍ଚାୟତ ଚିର ମରୁଡି ପ୍ରପୀଡିତ। ଲୋକେ କେବଳ ଅଙ୍ଗ ନଦୀରେ ଜଳ ବୋହି ଯାଉଥିବା ଦୃଶ୍ୟ ଦେଖି ହିଁ ଶାନ୍ତି ହେବାକୁ ପଡୁଛି। ବିଭିନ୍ନ ବିଭାଗ ଅଧିକାରୀ ମାନଙ୍କ ଏହି ବ୍ଳକ୍ ଗୋଟାଏ ପ୍ରକାର ଭାତ ହାଣ୍ଡି ପାଲଟିଛି। ମୃର୍ତିକା ସଂରକ୍ଷଣ ବିଭାଗ ହେଉ କି କୃଷି ବିଭାଗ ଅଧିକାରୀ ହୁଅନ୍ତୁ ଏଠି କେବଳ ହାତ ଚିକଣ କରିବାକୁ ଅନୀୟମତାରେ ଆସନ୍ତି। ଫାଣ୍ଡି ରୁ ଥାନା ହୋଇଛି ସତ୍ କିନ୍ତୁ ସରକାର ଯେତିକି ଥାନା ରେ ଷ୍ଟାପ୍ ରହିବା କଥା ସେତିକି ନାହିଁ। ଥାନା ଅଧିନରେ ଅପ୍ରଯାତ୍ ଜମି ରହିଥିଲେ ହିଁ ତାହା ସତ୍ ଉପଯୋଗ ହୋଇ ପାରୁ ନାହିଁ। ଥାନା ରେ କୋଠା ବାଡି ନ ଥିବା ଯୋଗୁଁ ପୋଲିସ ଅଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି ।ସ୍ବାସ୍ଥ୍ୟ କ୍ଷେତ୍ରରେ ତ ନ କହିବା ଭଲ। ଗୋଟାଏ ପ୍ରକାର ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଇ ସି ଇଉ ରେ କହିଲେ ଚଳିବ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବଲାଙ୍ଗୀର ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର କେତେକ ରୋଗୀ ନିର୍ଭର କରୁଥିଲେ ମଧ୍ୟ ଏଠି କୌଣସି ବିଶେଷଜ୍ଞ ଡାକ୍ତର ନାହିଁ କି କୌଣସି ଷ୍ଟାଫ୍ ମଧ୍ୟ ଠିକ୍ ସେ ନାହିଁ। କେବଳ କୋଠା ବାଡି ନିର୍ମାଣ କରି ପକାଇଲେ ରୋଗୀ ର ରୋଗ ଠିକ୍ ହୁଏ ନାହିଁ। କିଛି ବିଶେଷଜ୍ଞ ପଦବୀ ପୁରଣ କରିବା ପାଇଁ ତକ୍ଷକ ସଂପାଦକ ଶ୍ରୀ ବିଶ୍ବମୟ ପୂଜାରୀ ଜିଲ୍ଲା ଅଧିକାରୀଙ୍କୁ ଦୃଷ୍ଟି ଗୋଚର କରିଥିଲେ କିନ୍ତୁ ତାହା କେବଳ ପ୍ରତିଶୃତି ହୋଇ ରହି ଯାଇଛି। ଏଠାରେ ଦୀର୍ଘ ଦୀନ ହେବ ଏକ ବସଷ୍ଟେଣ୍ଡ ନିର୍ମାଣ ହୋଇ ତାହା କାର୍ଯ୍ୟକ୍ଷମ ହେବା କଥା କିନ୍ତୁ ପୂର୍ବତନ ତହସିଲଦାର ଓ ରାଜ୍ୟ ସଡକ ପରିବହନ ନିଗମ ଅଧିକାରୀଙ୍କ ଟନା ଉଟନାରେ ତାହା ଆରମ୍ଭ ହୋଇ ପାରି ନାହିଁ। ଅବଶ୍ୟ ନୂତନ ଆଗଲପୁର ତହସିଲଦାର ମେଡମ୍ ଯୋଗ ଦେବା ପରେ ସ୍ଥାନ ନିରୁପଣ କାର୍ଯ୍ୟ ସମାପନ ହୋଇଯାଇଛି ବସଷ୍ଟାଣ୍ଡ ନିର୍ମାଣ ପାଇଁ। ଯଥାଶୀଘ୍ର ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମ୍ଭାବନା ରହିଛି। ଏଠି ବସ୍ ମଧ୍ୟ ସିଧାସଳଖ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବା ମଧ୍ୟ ସମ୍ଭାବନା ରହିଛି। ଏହି ପରି ନାହିଁ ନାହିଁ ରେ ଚାଲୁଥିବା ଆଗଲପୁର କୁ ଏକ ମାତ୍ର ବିକଳ୍ପ ସରକାର ଯଥାଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ ଏ ସି) ଘୋଷଣା କରନ୍ତୁ।