-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||     

HOME   ଜିଲ୍ଲା

ଲୋୟରସୁକତେଲ ବିସ୍ଥାପନ,ପ୍ରଭାବିତ ହେବେ ୧ହଜାରରୁ ଅଧିକ ଛାତ୍ରଛାତ୍ରୀ, ଛାତ୍ରଛାତ୍ରୀଙ୍କ ଶିକ୍ଷାଅଧିକାର ହନନ ନହେଉ 

22-Jul-2023



ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାର ମାଗୁରବେଢାଠାରେ ନିର୍ମାଣ ହୋଇଥିବା ଲୋୟରସୁକତେଲ ପ୍ରକଲ୍ପରେ ପ୍ରାୟ ୯୭୦୦ ପରିବାର ବିସ୍ଥାପିତ ହେଉଛନ୍ତି । ତେବେ ସେଥିରେ ପ୍ରକଲ୍ପରେ ସଂପୂର୍ଣ୍ଣ ଭାବରେ ବୁଡୁଥିବା ୧୫ଟି ଗ୍ରାମର ୧୬ଗୋଟି ସ୍କୁଲ ଚଳିତବର୍ଷ ବନ୍ଦ ହେଉଛି । ଏଥି ମଧ୍ୟରେ ଗଡଶଙ୍କରଡୁଙ୍ଗୁରୀପାଲି ଓ ଖୁଣ୍ଟପାଲିର ହାଇସ୍କୁଲ ମଧ୍ୟ ରହିଛି । ଏହି ବିସ୍ଥାପନ ଯୋଗୁଁ ମୋଟ ୧୬ଟି ସ୍କୁଲର ୧୦୦୦ ଛାତ୍ରଛାତ୍ରୀ ପ୍ରଭାବିତ ହେଉଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ନୀୟମ ଅନୁଯାୟୀ କୌଣସି ଗୋଟିଏ ମଧ୍ୟ ବିସ୍ଥାପିତ କଲୋନୀରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ଖୋଲିନଥିବା ଜଣାଯାଇଛି । ଛାତ୍ରଛାତ୍ରୀମାନେ ପାଠପଢାପାଇଁ ମାନସିକ ଚାପରେ ରହୁଛନ୍ତି ।  ତେଣୁ ବିସ୍ଥାପନ ଯୋଗୁଁ ଛାତ୍ରଛାତ୍ରୀଙ୍କ ମାନବିକ ଓ ଶିକ୍ଷାଅଧିକାର ହନନ ନହେଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । 
        ସୂଚନାଯୋଗ୍ୟ ଯେ,ଚଳିତବର୍ଷ ଠାରୁ ପ୍ରଶାସନ ଲୋୟରସୁକତେଲ ପ୍ରକଲ୍ପରେ ପ୍ରଥମକରି ଡେମରେ ପାଣି ଅଟକାଇଛି । ସେଥିପାଇଁ ପ୍ରଭାବିତ ଗ୍ରାମଗୁଡିକୁ ଖାଲି କରାଯାଉଛି । ସେହି ଗାଁମାନଙ୍କରୁ ଯୋରଜବରଦସ୍ତ ଲୋକଙ୍କୁ ଉଠାଇ ପୁନଃର୍ବାସ ଓ ଥଇଥାନ କେନ୍ଦ୍ରଗୁଡିକୁ ନିଆଯାଉଛି । କିନ୍ତୁ ପ୍ରଶାସନ ଲୋକଙ୍କୁ ବିସ୍ଥାପିତ କରି ଯେଉଁପ୍ରକାରେ ଥଇଥାନ କରିବା କଥା ତାହା କରାଉନାହିଁ ବୋଲି ଅଭିଯୋଗ ହୋଇଛି । ମୁଖ୍ୟତଃ ଏହି ଗାଁ ଗଣ୍ଡା ଛାଡି ବିସ୍ଥାପନ ହେବାର ଦୁଃଖଠୁ ବଳିଯାଉଛି ଛୋଟଛୋଟ ଶିଶୁଙ୍କ ଆଗାମୀ ଭବିଷ୍ୟତ ଚିନ୍ତା । ସବୁ ମାଆ ବାପା ତାଙ୍କର ପିଲାଙ୍କୁ ପାଠପଢାଇ ବଡଲୋକ କରିବାର ଆଶା ଥାଏ । କିନ୍ତୁ ଏବେ ଗାଁ ଘର ଛାଡି ବିସ୍ଥାପିତ କଲୋନୀରେ ଟିଣ ଛପରତଳେ ଯେଉଁ ଜୀବନ ଯିଉଁଛନ୍ତି ସେଥିରେ ପିଲାଙ୍କ ଭାଗ୍ୟ କେତେ ଗଢିବେ ତାହା ସନ୍ଦେହରେ ରହିଛନ୍ତି । ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଡୋରୀ ମଧ୍ୟ ବନ୍ଧା ହେବାର ଆଶଂକା ଦେଖାଦେଇଛି । ଏହି ପ୍ରକଲ୍ପରେ ୧୫ଗ୍ରାମ ସଂପୂର୍ଣ୍ଣ ବୁଡୁଛି । ସେହି ଗ୍ରାମମାନଙ୍କରେ କେଉଁଠି ୫ମ,କେଉଁଠି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଚାଲୁଥିଲା । ଖୁଣ୍ଟପାଲି ଓ ଗଡଶଙ୍କରଡୁଙ୍ଗୁରିପାଲିରେ ହାଇସ୍କୁଲ ରହିଥିଲା । ଏବେ ସେହି ସ୍କୁଲ ଉଠିଯାଇଥିବାରୁ ସେଠି ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡିଛନ୍ତି । ଯେଉଁ ବିସ୍ଥାପିତ କଲୋନୀରେ ଏମାନଙ୍କୁ ଥଇଥାନ କରାଯାଇଛି ସେଠି ପଢିବାର ବ୍ୟବସ୍ଥା କରାଯାଇ ନାହିଁ । କଲୋନୀ ନିକଟସ୍ଥ ଗ୍ରାମମାନଙ୍କର ସ୍‌ୁଲରେ ପାଠ ପଢାଇବାକୁ କୁହାଯାଉଛି । ନୀୟମ ଅନୁଯାୟୀ ଲୋକଙ୍କୁ ବିସ୍ଥାପିତ କଲୋନୀକୁ ନିଆଯିବା ପୂର୍ବରୁ ସେଠାରେ ଅଙ୍ଗନୱାଡିକେନ୍ଦ୍ର,ସ୍କୁଲ ଇତ୍ୟାଦି ଖୋଲିବା କଥା । କିନ୍ତୁ କୌଣସି ଗୋଟିଏ ମଧ୍ୟ ବିସ୍ଥାପିତ କଲୋନୀରେ ସେଭଳି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଶା ଓ ଆଶଂକା ଭିତରେ ରହିଛନ୍ତି । ଏଭଳି ଏକ ପରିବାରକୁ ଆମେ ଭେଟିଥିଲୁ ଝାଙ୍କରପାଲି ବିସ୍ଥାପିତ କଲୋନୀରେ । ଗଡଶଙ୍କରଡୁଙ୍ଗରିପାଲି ଗାଁର ୭୫୦ ବିସ୍ଥାପିତ ପରିବାରଙ୍କୁ ଝାଙ୍କରପାଲି ନୂତନ କଲୋନୀରେ ଯାଗା ଦିଆଯାଇଛି । ସେମାନଙ୍କ ମଧ୍ୟରେ ଶାନ୍ତନୁ ପଧାନ ହେଉଛନ୍ତି ଅନ୍ୟତମ ବିସ୍ଥାପିତ । ଶାନ୍ତନୁ ଓ ରଶ୍ମିତା ପଧାନଙ୍କ ଏକମାତ୍ର ଝିଅ ହେଉଛି ପୂଜା ପଧାନ(୬) । ଚଳିତବର୍ଷ ସେ ଗାଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମନସ୍ଥ କରିଥିଲା । କିନ୍ତୁ ଡେମରେ ପାଣି ଅଟକାଯାଇ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କୁ ହଠାତ ଗାଁରୁ ତଡାଗଲା । ଶେଷରେ ଛୁଆପିଲା,ଘରର ଆସବାବପତ୍ର ଧରି ଶାନ୍ତନୁ ଝାଙ୍କରପାଲି କଲୋନୀରେ ଟିଣଛପର ଘରେ ରହିଛନ୍ତି । ଏକଝିଅକୁ ପାଠପଢାଇବାର ପ୍ରବଳ ଇଚ୍ଛା । ସେପଟେ ପୂଜାର ମଧ୍ୟ ପାଠପଢିବାକୁ ପ୍ରବଳ ଆଗ୍ରହ ରହିଛି । କିନ୍ତୁ କରିବେ କଣ । ଯେଉଁ ବିସ୍ଥାପିତ କଲୋନୀରେ ରହିଛନ୍ତି ତାହା କଙ୍ଗଲ ପାଖକୁ ଲାଗିରହିଛି । ତିନିକିଲୋମିଟର ଦୂର ଗଲେଯାଇ ଗାଁମାନେ ପଡେ । ସେହି ଗାଁମାନଙ୍କର ସ୍କୁଲରେ ଝିଅକୁ ପାଠ ପଢାଇବ । ଶାନ୍ତନୁଙ୍କୁ ପଚାରିବାରୁ ତାଙ୍କ ଝିଅ ପୂଜାର ପାଠ ପଢାପାଇଁ ସେ ୩କିମି ଦୂର ସିଆଲବାହାଲି ସ୍କୁଲରେ ଏଡମିସନ କରାଇଛନ୍ତି । କିନ୍ତୁ ସବୁଦିନ କିଭଳି ଏକ ଛଅବର୍ଷର କଅଁଳ ଛୁଆ ଏକ ଅଜଣା ଅଞ୍ଚଳରେ ଏକାକି ସ୍କୁଲ ଯିବ । ଶାନ୍ତନୁ ଓ ତାଙ୍କ ପତ୍ନୀ ରଶ୍ମିତା କୁଲି ମିସ୍ତ୍ରୀକାମ କରି ପରିବାର ଚଳାଇଥାନ୍ତି । ଏବେ ବିସ୍ଥାପିତ କଲୋନୀରେ ଘର ନିର୍ମାଣ କରୁଥିବାରୁ ଘରେ ରହି କାମ କରୁଛନ୍ତି । କିନ୍ତୁ ଆଗକୁ ପୁଣି ଅନ୍ୟସ୍ଥାନକୁ କାମ ପାଇଁ ଯିବାକୁ ପଡିବ । ତେଣୁ ପ୍ରତିଦିନ ୩କିମି ଦୂର ସ୍କୁଲକୁ ଝିଅକୁ ସ୍କୁଲକୁ ନେବାରେ ଅସୁବିଧା ହେବ ବୋଲି ଆଶଂକା କରିଛନ୍ତି । ଗାଁରେ ଘର ପାଖରେ ସ୍କୁଲଥିଲା । ସେଠି ତାଙ୍କ ଝିଅ ପଢିପାରିଥାନ୍ତା । କିନ୍ତୁ ବିସ୍ଥାପନର ଦୁଃଖ ଝିଅର ପାଠପଢାପାଇଁ ବଢିଯାଉଛି ବୋଲି କହିଛନ୍ତି ରଶ୍ମିତା । ମୋ ଝୀଅର ଭବିଷ୍ୟତ କଣ ହେବ କେଜାଣି ବୋଲି ରଶ୍ମିତା ଆଶଂକା ବ୍ୟକ୍ତ କରିଛନ୍ତି । କେବଳ ଏହି କଲୋନୀ ନୁହେଁ ଅନ୍ୟ କଲୋନୀରେ ରହୁଥିବା ବିସ୍ଥାପିତଙ୍କ ମଧ୍ୟ ସମାନ ଅଭିଯୋଗ ରହିଛି । ବିସ୍ଥାପନ ଯୋଗୁଁ ଦେଖାଦେଇଥିବା ଅସଙ୍ଗତି ତଥା ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାଅଧିକାର ହନନ ନହେଉ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଏହି ସମସ୍ୟା ନେଇ ବଲାଙ୍ଗୀର ଜିଲ୍ଲା ଶିକ୍ଷାଅଧିକାରୀ ଧୃବଚରଣ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ବିସ୍ଥାପିତ କଲୋନୀରେ କେତେ ଲୋକ ରହୁଛନ୍ତି ଓ ସେମାନଙ୍କର କେତେ ପାଠପଢା ପୁଅ ଝିଅ ରହିଛନ୍ତି ତାହା ସ୍ପଷ୍ଟହେଲା ପରେ ସ୍କୁଲ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେହିପରି ପାଖ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଅଭିଭାବକମାନଙ୍କୁ କୁହାଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026

You Might Also Like