-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ରାଜନୀତି

ନେତା ବଲାଙ୍ଗୀର ସହର କେ ଟିକେ ନେଇ ଦେଖତା

21-Jul-2023



ବଲାଙ୍ଗୀର:- ବଲାଙ୍ଗୀର ସହର ଚେସ ବୋର୍ଡ ର ସହର ।ସବୁଜ ସୁନ୍ଦର କରି ଗଢି ତୋଳିବା ସମସ୍ତଙ୍କ କର୍ତ୍ତବ୍ୟ । ଏଠି ସୁପ୍ତ ଜନତା ଅତୃପ୍ତ ନେତା ।ସଭିଏ ନିଜ ସ୍ବାର୍ଥ ସାଧନ ଦିଗରେ ତପ୍ତର୍ ।ଜନତା ଜନାର୍ଦ୍ଦନ ଙ୍କ ନୀରବ ସ୍ୱର ।ଜିଲ୍ଲା ର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ରାଜକୋଷରୁ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ଉନ୍ନତି ର ଗନ୍ଧ ଜଣାପଡ଼ି ନାହିଁ । ଗରିବୀ ,ଦାଦନ ସମସ୍ୟା ଜିଲ୍ଲାକୁ ଘେରି ରହିଛି ।ସତ୍ କହେଲେ ଛାତି ଫାଟସି।ସତ୍ କହିଲେ ମୁନସ ମାଡ଼ ଖାଏସି ।ସତ୍ୟ ଅନୁସନ୍ଧାନ କଲେ ନେତା ର ଧମକ ରେ ତୁନି ପଡ଼ିବାକୁ ହୁଏ ।ନେତା ଙ୍କ

ଲକ୍ଷ୍ମଣ ରେଖା ପାର କଲେ ଅପରାଧୀ ଙ୍କ ଆକ୍ରମଣ ର ଶିକାର ହେବାକୁ ପଡ଼େ।ଏଠି ଚାଲେ ଜଂଗଲୀ ରାଜ୍।ନିର୍ବାଚନ ପାଖେଇ ଆସିଲେ ଆରମ୍ଭ ହୁଏ ପୂତଲା ସ୍ଥାପନ ଉଦ୍ଘାଟନ ।ଚାଲେ ପୁତଲା ରାଜନୀତି ।ଶାସକ ଦଳର ମୁଖିଆ ର ସମ୍ପର୍କୀୟ ପୂର୍ବରୁ ରାଜନୀତି ରେ ଥିବା ନେତା ର ପୂତଲା ଜିଲ୍ଲାର କେଉ ମୁଖ୍ୟ ସ୍ଥାନରେ ଲାଗିବ ତାକୁ ନେଇ ତର୍କ ବିତର୍କ ହୁଏ ।ମୃତ ନେତା କୁ ନେଇ ଚାଲେ ଭୋଟ ରାଜନୀତି । ପୂତଲା ନିର୍ମାଣ ସ୍ଥାପନ ଉଦ୍ଘାଟନ ପାଇଁ ରାଜ୍ୟ ରାଜକୋଷ ରୁ ଆସେ ଲକ୍ଷାଧିକ ଟଙ୍କା ।ସେହି ଟଙ୍କାରେ ହୁଏ ପୂତୁଲା ର ବିକାଶ ଜନତା ନିରାଶ ।ଜନତା ବେରୋଜଗାରି,ବେକାରୀ,ଭୁଖମାରି ର  ସମ୍ମୁଖୀନ ହେଉଥିବା ବେଳେ ପୁତୁଲା ରେ ଖର୍ଚ୍ଚ ହୁଏ ଏ ଦେଶର ଜନତା ଙ୍କ ଟଙ୍କା।ହେଲେ ଏଠି ଦେଖିବାକୁ ମିଳେ ପରିବାର ରାଜନୀତି ।କୌଣସି କାରଣ ବଶତଃ ନେତା ର ମୃତ୍ୟୁ ହେଲେ ତାର ଉତ୍ତରାଧିକାରୀ ହୁଏ ନେତା ।ତେବେ ଏହା ଗଣତନ୍ତ୍ର ନା ରାଜତନ୍ତ୍ର ।ରାଜା ପରେ ପୁତ୍ର ସିଂହାସନ ଆରୋହଣ କରୁଥିବା ଭଳି ,ନେତା ପରେ ନେତା ଙ୍କ ଉତ୍ତରାଧିକାରୀ ନେତା ହେଉଥିବା ଦେଖିବାକୁ ମିଳୁଛି ।ଜଣେ ସାଧାରଣ ଜନତା ନେତା ହୋଇପାରୁନାହିଁ କାହିକି?ଭୁଲ ରହିଲା କେଉଁଠି?ଆମ ବୁଝିବାରେ ନା ଭୟରେ ।ଯେତେଦିନ ପର୍ଯ୍ୟନ୍ତ ମଣିଷ ଚୁପ୍ ରହିବ, ଚମଚାଗିରି କରି ନିଜ ଅଧିକାର ଜାଣି ନ ପାରିବ ସେତେଦିନ ପର୍ଯ୍ୟନ୍ତ ନିଜର ତଥା ଦେଶର ବିକାଶ ହେବା ଅସମ୍ଭବ ।ବିଜ୍ଞାନ ଯୁଗରେ ବିଜ୍ଞାନ ର ଅଗ୍ରଗତି ରେ ଚନ୍ଦ୍ରଜାନ୍ - ୩ ସ୍ପେସ କୁ ଯାଇଥିବା ବେଳେ ଏବଂ ସ୍ବାଧୀନତାର ୭୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ମଣିଷ ନିଜର ଅଧିକାର କୁ ବନ୍ଧା ପକାଇଥିବା ଦେଖିବାକୁ ମିଳୁଛି ।ତେବେ ଆମେ ସ୍ୱାଧୀନ ନା ପରାଧୀନ । ଗଣତାନ୍ତ୍ରିକ ଦେଶର  ସମ୍ବିଧାନ ରେ ରାଇଟ ଟୁ ସ୍ପିକ୍ ଅଧିକାର ଦିଆଯାଇଥିବା ବେଳେ ଉକ୍ତ ଅଧିକାର ର କଣ୍ଠରୋଧ କରାଯାଉଛି ।ବିକାଶଶୀଳ ଦେଶରେ ଏଭଳି ଅନ୍ଧାରିରାଜ୍ କୁ ଜନତା କିପରି ସହ୍ୟ କରୁଛନ୍ତି ଏକ ପ୍ରଶ୍ନବାଚୀ ।ବର୍ତ୍ତମାନ ପର୍ଯ୍ୟନ୍ତ ଜନତା ଗଣତନ୍ତ୍ର ର ସ୍ଵାଦ ଚାଖି ନାହାନ୍ତି ।ନେତା ସୁରକ୍ଷା ବଳୟରେ ଥିବା ବେଳେ ଜନତା ଅସୁରକ୍ଷିତ ।ଅପରାଧୀ ଗୋଷ୍ଟି ଙ୍କ ନାରକିୟ କାଣ୍ଡ ରେ ଜନ ସାଧାରଣ ଆତଙ୍କିତ ।ରାଜରାସ୍ତାରେ ଅପରାଧୀ ଅପରାଧ ଘଟାଇ ନିର୍ବିଘ୍ଣ ରେ ଘୁରି ବୁଲୁଛି ।ଘରୁ ବାହାରିବା ଲୋକେ ଅସୁରକ୍ଷିତ ମନେ କରୁଛନ୍ତି।ଘର କୁ ସୁରକ୍ଷିତ ମଣୁଥିବା ମଣିଷ ଘରେ ମଧ୍ୟ ସୁରକ୍ଷିତ ନୁହେଁ ।ନିରୀହ ସାଧାରଣ ଜନତା ବିନା ଦୋଷ ରେ ଅପରାଧୀଙ୍କ ଆକ୍ରୋଶ ର ଶିକାର ହେଉଥିବା ବେଳେ ନେତା ସୁରକ୍ଷିତ ।ଘର ଭିତରେ ଅବାଧ ରେ ଅପରାଧୀ

ପ୍ରବେଶ କରି ମଣିଷ ର ଗଳା କାଟୁଛି ତ କେତେବେଳେ ବଳାତ୍କାର କରି ସର୍ବସ୍ବ ଲୁଟି ନେଉଛି ।ହେଲେ ନେତା ସହ ଏଭଳି ଘଟଣା ଘଟିବାର ନଜିର ଖୁବ୍ କମ୍ ।କିଛି ବର୍ଷ ହେବ ବଲାଙ୍ଗୀର ଅପରାଧୀ ଙ୍କ ଆତଙ୍କରେ ଆତଙ୍କିତ ।ନିଷ୍କ୍ରିୟ ଶାସନ ର ପରିଣାମ ବଲାଙ୍ଗୀରବାସି ଙ୍କୁ ଭୋଗିବାକୁ ପଡୁଛି ।ନେତା ଏଠି ସୁରକ୍ଷିତ ।ଜନତା ଅସୁରକ୍ଷିତ ।ଏଣୁ ନେତା ବଲାଙ୍ଗୀର ସହର କେ ଟିକେ ନେଇ ଦେଖତ ।ତୁମର ଜନତା କେତେ ସୁରକ୍ଷିତ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like