-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
21-Jul-2023
ବରଗଡ଼:-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଢ଼ି ଉଠିଥିବା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ବିଜେପୁର ମହାବିଦ୍ୟାଳୟ କଡର ରାସ୍ତାର ଦ୍ୱୟପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସୋହେଲା ରୋଡ଼ ସ୍ଥିତ ବାଉଁସପୁଲା ପର୍ଯ୍ୟନ୍ତ ଏଠାକାର ବରିଷ୍ଠ ନାଗରିକ ମାନେ ବିଭିନ୍ନ କିସମର ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନ ଉପରେ ଏକ ମହତ ପଦକ୍ଷେପ ଗ୍ରହଣ କରିଥିବାରୁ ଜନସାଧାରଣରେ ବେଶ ପ୍ରଂଶସିତ ହେବାର ଜଣାପଡିଛି।ପ୍ରାରମ୍ଭେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସାଧନା କେନ୍ଦ୍ର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା।ସଂଘର ସଭାପତି ନବକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ସଦସ୍ୟା ସୁଶ୍ରୀ ପ୍ରତିମା ଗୁରୁ ସଭାର ତାତ୍ପର୍ଯ୍ୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଓଡ଼ିଶା ସରକାରଙ୍କ ଦାୟିତ୍ୱରେ ଥିବା ମାନ୍ୟବର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ବିପ୍ଲବ ସୃଷ୍ଟି ପାଇଁ କରିଥିବା ସଂଘର ପ୍ରୟାସ କୁ ସ୍ୱାଗତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବ୍ଲକ ଚ୍ୟାରମେନ ମୋତିରାମ ସାହୁ,ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁରର ଉପାଧ୍ୟକ୍ଷ ଉମାକାନ୍ତ ବେଶନ,ଘେଁସ ବନବିଭାଗ ର ରେଞ୍ଜ ଅଫିସର ଗଜେନ୍ଦ୍ର ଏଣ୍ଡୋଜା,ବିଜେପୁର ଅଗ୍ନିଶ୍ରମ କେନ୍ଦ୍ରାଧିକାରୀ ଭକ୍ତ ଚରଣ ତାଣ୍ଡିଆ ସମ୍ମାନୀତ ଅତିଥି
ଭାବେ ମଞ୍ଚାସୀନ ଥିଲେ।ପୃଥିବୀ କୁ ବଞ୍ଚାଇ ରଖିବାକୁ ହେଲେ,ପ୍ରତ୍ୟକ ମଣିଷ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହ ଗୋଲାପ ଗଛର ଯତ୍ନ ଯେଭଳି ନିଆଯାଏ ସେଭଳି କମସେକମ୍ ୩ ବର୍ଷ ଯତ୍ନ କରି ଗଛକୁ ବଞ୍ଚାଇବାକୁ ପଡ଼ିବ ବୋଲି ଡାକ୍ତର ତହସିଲ ସାହୁ ମଦବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକ ସଂଘର ଏଭଳି ପ୍ରୟାସ କୁ ସମସ୍ତ ଅତିଥି ଗଣ ବେଶ ପ୍ରଂଶସା କରିଥିଲେ।ଶେଷରେ ସଦସ୍ୟ ମୋହନ ସିଂ କହ୍ନେଇ ଧନ୍ୟବାଦ ଅର୍ପଣ ପରେ ସୋହେଲା ରୋଡ଼ର ବାଉଁସପୁଲା ଛକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବନିକରଣ ପାଇଁ ଚାଲିଥିବା ଏଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ରୀତା ସାହୁ ଏକ ବୃକ୍ଷରୋପଣ ନିଜ ହସ୍ତରେ କଲାପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବରିଷ୍ଠ ନାଗରିକ ମାନେ ବୃକ୍ଷ ହିଁ ଜୀବନର ସଙ୍କଳ୍ପ ନେବା ସହିତ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିଥିଲେ।