-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
20-Jul-2023
ବରଗଡ଼:-ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଅଧିନରେ ଯାଉଥିବା ଜାରିଂ ଗ୍ରାମସ୍ଥିତ ସାଧାରଣ ସୁବିଧା କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଆୟୋଜନ କ୍ରମେ ଏକ ବୁଣାକାର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ବୟନ ଶିଳ୍ପ ବିଭାଗ ବରଗଡ ପକ୍ଷରୁ ଟେକ୍ନିକାଲ ଆସିଷ୍ଟାଣ୍ଡ ଶ୍ରୀମାନ ଶରତ କୁମାର ସାହୁ ଓ ଜୁନିୟର ଟେକ୍ସଟାଇଲ ସୁପରଭାଇଜର ଶ୍ରୀମାନ ସୋମନାଥ ମହାରଣା ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ବିକାଶ ବିଶି ବିଭିନ୍ନ ଅଞ୍ଚଳରୁ ଆସିଥିବା ବୁଣାକାର ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଡାକ୍ତର ଙ୍କ ଔଷଧ ଚିଠା ଅନୁଯାୟୀ ମାଗଣା ଔଷଧ ବଣ୍ଟନ କରାଯିବା ସହ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ଦିଆଯାଇଥିଲା।ଏହି ବୁଣାକାର ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସି ନିଜ ଶରୀର ପରୀକ୍ଷାର ସୁଯୋଗ ପାଇବା ସହିତ ମାଗଣା ଔଷଧ
ପାଇପାରିଥିଲେ।ଏହି କାର୍ଯ୍ୟକ୍ରମରେ ଜାରିଂ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ହେମଲତା ମିଶ୍ର,ଆଶାକର୍ମୀ ହୀରା ସିକା,ଅଙ୍ଗନୱାଡି କର୍ମୀ ପ୍ରଭା ଲୁହା,ସ୍ୱେଚ୍ଛାସେବୀ ବିକାଶ ବାଗ,ଜୟକୃଷ୍ଣ ମହାନନ୍ଦ ସହଯୋଗ କରିଥିବା ବେଳେ ପରିଦର୍ଶନରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ପାଣିଗ୍ରାହୀ,ମହିଳା ପ୍ରରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ ପହଞ୍ଚି କାର୍ଯ୍ୟକ୍ରମର ତଦାରଖ କରିଥିଲେ।