-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
20-Jul-2023
ସୋନପୁର, (ମନୋରଞ୍ଜନ ତ୍ରିପାଠୀ) ଆଜି ସନ୍ଦ୍ୟାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ତରଫରୁ ସଂସଦର ସମ୍ମିଳନୀ କକ୍ଷ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି. ଏହି ଶୋକ ସଭାରେ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ସୌରଭ ରଞ୍ଜନ ଖମାରୀ ଶୋକ ପ୍ରସ୍ତାବ ଆଗତ କରିଥିଲାବେଳେ, ଏକାଡେମୀ ଜିଲ୍ଲା ସଦଶ୍ୟ ଡକ୍ଟର ଦେବାଶିଷ ପାଣ୍ଡିଆ ଦିବଂଗତ ପ୍ରତିଭାଙ୍କ ସ୍ମୃତି ଚାରଣ କରିଥିଲେ. ଏହି ସଭାରେ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ, ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ନାଟ୍ୟ ନିର୍ଦେଶକ ମନୋଜ ବାରିକ, କବୀ ଲଷ୍ମୀନାରାୟଣ ସାହୁ, କବି ରଞ୍ଜୁ ଅମାତ, ବନମାଳୀ ପଣ୍ଡା, ଆଦି ସଂସଦର ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l