-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||     

HOME   ଜିଲ୍ଲା

ପର୍ଶୁରାମଙ୍କ ଫଟୋ ହଟାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ, ପାଟଣଗଡ ୧୨ ଘଣ୍ଟିଆ ବନ୍ଦ ସଫଳ

20-Jul-2023



ପାଟଣାଗଡ (ଦିଲୀପ ପଣ୍ଡାଙ୍କ ରିପୋର୍ଟ ): ସ୍ଥାନୀୟ ବ୍ରହ୍ମପୁରା ନିକଟସ୍ଥ ବ୍ଲକ ଛକଠାରେ ଥିବା ପର୍ଶୁରାମଙ୍କ ଫଟୋକୁ ସୋମବାର ବିଧାୟକଙ୍କ କେତେକ ସମର୍ଥକ ହଟାଇ ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହାକୁ ନେଇ ଗତକାଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରି କାର୍ଯ୍ୟକୁ ବିରୋଧ କରି ହିନ୍ଦୁବାଦୀ ସଙ୍ଗଠନ, ବ୍ରାହ୍ମଣ ଏକତାମଞ୍ଚ ଓ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ସହ 

 ଗତକାଲି ଧାରଣା ଦିଆଯାଇଥିଲା । ଏହାର ପ୍ରତିବାଦରେ ଉପରୋକ୍ତ ସଙ୍ଗଠନର କର୍ମକର୍ତ୍ତା ମାନେ ଗତକାଲି ୧୨ ଘଣ୍ଟିଆ ପାଟଣଗଡ ବନ୍ଦ କରିଛନ୍ତି । ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଥିବାବେଳେ ସହରର ସମସ୍ତ ଦୋକାନ ବଜାର, ବିଭିନ୍ନ ସରକାରୀ ବେସରକାରୀ, ଜାନବାହାନ ଚଲାଚଲ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଥିଲା  । ସକାଳ ୬ ଟାରେ ସ୍ଥାନୀୟ ବ୍ରହ୍ମପୁରା ସ୍ଥିତ ବ୍ଲକ ଛକ ନିକଟରେ ବଲାଙ୍ଗୀର, ପଦ୍ମପୁର, କଣ୍ଟାବାଞ୍ଜି ରାଜ୍ୟ ୪୨ ନଂ ରାଜପଥକୁ ଅବରୋଧ କରା ଯାଇଥିଲା । ଏହି ବନ୍ଦକୁ ବଣିକ ସଂଘ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରିଥିବା ବେଳେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ସମର୍ଥନ କରିଥିଲେ । ସୂଚନାଯୋଗ୍ୟ ଯେ, ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ଲକ ଛକ ସ୍ଥିତ ଏହି ତ୍ରିକୋଣୀୟ ରାସ୍ତା ଅବହେଳିତ ହୋଇ ପଡିରହିଥିଲା । ଏପରିକି ତ୍ରିକୋଣୀୟ ରାସ୍ତାରେ ଏକ ଟ୍ରାନ୍ସଫର୍ମର ଥିବାରୁ ଦୈନନ୍ଦିନ କିଛିନା କିଛି ଛୋଟବଡ ଦୁର୍ଘଟଣା ଘଟି ଆସୁଥିଲା । ପାଟଣାଗଟ ବିଧାୟକ ସରୋଜ କୁମାର ମେହେରଙ୍କ ହସ୍ତକ୍ଷେପ ପରେ ତ୍ରିକୋଣ ଛକରୁ  ଉକ୍ତ ଟ୍ରାନ୍ସଫର୍ମର ଟିକୁ ସ୍ଥାନାନ୍ତରିତ କରାଯାଇଥିବା ସହ ୨୦୨୧ ମସିହା ଅଗଷ୍ଟ ୨୧ ତାରିଖ ଦିନ ଏହି ରାସ୍ତାର ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲା । ଏପରିକି ତ୍ରିକୋଣୀୟ ଛକ ମଝିରେ ଏକ ତ୍ରିକୋଣ ଆକାରର ପେଣ୍ଡାଲ ମଧ୍ୟ ତିଆରି କରାଯାଇଥିଲା । ଏହାପରେ ପାଟଣଗଡ ଜନସାଧାରଣଙ୍କ ଲିଖିତ ଅଭିଯୋଗ କ୍ରମେ ୨୦୨୨ ମସିହା ଏପ୍ରିଲ ୨୦ ତାରିଖରେ ସହରରେ ଥିବା ୭ ଟି ଛକର ସୌନ୍ଦର୍ଯ୍ୟକରଣ ସହ ମହାପୁରୁଷ ଓ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏନ୍ଏସି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏ‌ହା ପୁର୍ବରୁ ପାଟଣଗଡ ଏନ୍ଏସି ବାସିନ୍ଦା ୨୦୨୨ ମସିହା ଏପ୍ରିଲ ୧୬ ତାରିଖ ଦିନ ବ୍ଲକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉକ୍ତ ଛକକୁ ବିଜୁ ପଟ୍ଟନାୟକ ଛକ ନାମରେ ନାମିତ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିବା ସହ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୨୦୨୨ ମସିହା ମଇ ମାସ ୧୭ ତାରିଖ ଦିନ ବ୍ଲକ ଛକକୁ ପର୍ଶୁରାମ ଛକ ନାମରେ ନାମିତ ସ୍ୱୀକୃତି ପ୍ରଦାନପୂର୍ବକ ବିଜ୍ଞପ୍ତି ପ୍ରକାଶ କରିବାପାଇଁ ଅନୁରୋଧ କରିଥିଲେ । ତତ୍ ଅନୁସାରେ ଉକ୍ତ ଛକରେ ସୋମବାର ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଥିଲା । ଅପରପକ୍ଷରେ ଗତ ୨୦୧୯ ମସିହାରୁ ବ୍ରହ୍ମପୁରା ସ୍ଥିତ ପାଟଖଣ୍ଡା ମନ୍ଦିରର ଅନିତ ଦୂରରେ ଭଗବାନ ପର୍ଶୁରାମଙ୍କ ଫଟୋକୁ ରଖି ହିନ୍ଦୁ ବାଦି ସଙ୍ଗଠନର କର୍ମକର୍ତ୍ତା ମାନେ ପୂଜାର୍ଚ୍ଚନା କରିଆସୁଥିଲେ l

 ବ୍ଲକ ଛକର ପ୍ରଶସ୍ତିକରଣ ହେବାପରେ ଛକରେ ତିଆରି କରା ଯାଇଥିବା ତ୍ରୀକୋଣିୟ ପେଣ୍ଡାଲରେ ୨୦୨୨ ମସିହାରେ ହିନ୍ଦୁବାଦି ସଙ୍ଗଠନ,ବ୍ରାହ୍ମଣ ଏକତାମଞ୍ଚ ଓ ବଜରଙ୍ଗଦଳ ପକ୍ଷରୁ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ କର୍ମର୍ତ୍ତା ମାନେ ଶୋଭାଯାତ୍ରାରେ ବାହାରି ବ୍ଲକ ଛକରେ ପହଞ୍ଚି ଭଗବାନ ପର୍ଶୁରାମଙ୍କ ଫଟୋକୁ ଉକ୍ତ ତ୍ରୀକୋଣିୟ ପେଣ୍ଡାଲରେ ସ୍ଥାପନ କରି ପୂଜାର୍ଚ୍ଚନା ପୁର୍ବକ ଉକ୍ତ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରିବାକୁ ସ୍ଥିରୀକୃତ କରିଥିଲେ । ଏହି ବନ୍ଦ ପାଳନରେ ପୁଲିସ ତରଫରୁ କୈ।ଣସି ପ୍ରକାର ଅଘଟଣ ନଘଟିବାପାଇ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଙ୍କ ନେତୃତ୍ବରେ ସୁବ୍ୟବସ୍ଥା କରାଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳକୁ ତହସିଲଦାର ଙ୍କ ବ୍ୟତୀତ କୈ।ଣସି ଉଚ୍ଚ ପଦସ୍ତ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣା ପଡ଼ିଛିଥିବାବେଲେ ଧାରଣା ଜାରି ରହିଥିବା ଦେଖିବାକୁ ମିଲିଛି ।  
 ।


News Comment




Photo in News

Advertisment
Lastest News
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026

You Might Also Like