-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
20-Jul-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): -ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟାଳୟ ଠାରେ ଥିବା ବିଦ୍ୟାଧର ମେହେରଙ୍କ ଘରକୁ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି l ଚମ୍ପାପୁର ନିବାସୀ ବିଦ୍ୟଧର ମେହେର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଠାରୁ ୬ଲକ୍ଷ ଟଙ୍କା ଋଣ ନେଇ ପରିଶୋଧ କରି ନପାରିବାରୁ ତାଙ୍କୁ ବ୍ୟାଙ୍କ ତରଫରୁ ବାରମ୍ବାର ନୋଟିସ କରିବା ସହିତ ଆଜି ପୋଲିସ ଓ ପ୍ରଶାସନ ଙ୍କ ସହାୟତା ରେ ବୀରମହାରାଜପୁର କେନ୍ଦୁପାଲି ରାସ୍ତା ରେ ଥିବା ଘରକୁ ଜବତ କରିବା ସହିତ ସିଲ କରିଛି l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ରିଜୋନାଲ ମେନେଜର କୈଳାସ ଚନ୍ଦ୍ର ମିଶ୍ର, ବୀରମହାରାଜପୁର ତହସିଲଦାର ବିବୁଦ ଗଡ଼ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଥାନା ଅଧିକାରୀ ଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଠାରୁ ନେଇଥିବା ଋଣ ମୂଳ ସୁଧ ମିଶାଇ ପନ୍ଦର ଲକ୍ଷ ରୁ ଉର୍ଦ୍ଧ ହେଵବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି l ଆଗକୁ ଆହୁରି ଚାରି ପାଞ୍ଚ ଜଣ ଋଣ ଖିଲାପି ଙ୍କ ସ୍ଥାବର ସମ୍ପତ୍ତି ଜବତ କରାଯିବ ବୋଲି ଜଣାଯାଇଛି l