-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଖେଳ

ବଲାଙ୍ଗିରର ଗର୍ବ ଓ ଗୌରବ - କ୍ରୀଡାବିତ ଶାନ୍ତନୁ କୁମାର ସାହୁ

11-Dec-2020



ବଲାଙ୍ଗିର ଜିଲ୍ଲା କ୍ରୀଡା ଜଗତରେ ଯେଉଁ କେତେଜଣ କ୍ରୀଡାବିତ ସେମାନଙ୍କର କ୍ରୀଡା ନିପୂଣତାର ଅଲିଭାଛାପ ଛାଡିଛନ୍ତି, ସେମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ସାହୁ ଏକ ଅଭୁଲା ବ୍ୟକ୍ତିତ୍ୱ । ୧୮ ନଭେମ୍ବର ୧୯୩୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୨ ମସିହାରେ ଜୀବନ ବୀମା ନିଗମ ସଂସ୍ଥାରେ କାର୍ଯ୍ୟରତ ହୋଇ ୧୯୯୬ ମସିହାରେ ସେହି ସଂସ୍ଥାରେ ଶାଖା ପ୍ରବନ୍ଧକ ଭାବରେ  ଅବସର ଗ୍ରହଣ କରିଥିଲେ । ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଫୁଟବ ପ୍ରତି ତାଙ୍କର ଆଗ୍ରହଥିଲା ଏବଂ ତାଙ୍କର ଅଗାଧ ପରିଶ୍ରମ ଓ ଚେଷ୍ଟା ପାଇଁ ସେ ଏକ ସଫଳ ଫୁଟବଲ ଖେଳାଳୀ ଭାବରେ ସୁନାମ ଅର୍ଜନ କରିପାରିଥିଲେ । ସେ ସମୟରେ ଶୈଳଶ୍ରୀ ପେଲେସ, ବଲାଙ୍ଗିର ପାଖରେ ଥିବା ଫୁଟବଲ ପଡିଆ ଏକ ନାମକରା ଫୁଟବଲ ପଡିଆ ଥିଲା ଓ ପାଟଣା ମହାରାଜଙ୍କ ପ୍ରତ୍ସୋହନରେ ବିଭିନ୍ନ ସମୟରେ ଫୁଟବଲ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଥିଲା । ସ୍କୁଲରେ ପାଠ ପଢୁଥିବା ସମୟରେ ୧୯୫୦-୫୧ ମସିହାରୁ  ସେ ଫୁଟବଲ ଖେଲିବା ଆରମ୍ଭ କରିଥିଲେ । 
    ୧୯୫୩ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ନିଖିଳ ଓଡିଶା ଅନ୍ତଃ ସ୍କୁଲ ଫୁଟବଲ ପ୍ରତିଯୋଗିତାରେ ପ୍ରଥମ ଥର ଭାଗନେଇ କଟକ ଟିମ୍ ଠାରୁ ପରାସ୍ତ ହୋଇଥିଲେ । ୧୯୫୪ ମସିହାରେ ଅନୁଷ୍ଠିତ ଅନ୍ତଃସ୍କୁଲ ପ୍ରତିଯୋଗିତରେ ପୃଥ୍ୱରାଜ ହାଇସ୍କୁଲ ଫୁଟବଲ ଟିମକୁ  ଚମ୍ପିଏନ୍ କରିବାରେ ତାଙ୍କର ମୁଖ୍ୟ ଭୁମିକା ରହିଥିଲା । କଲେଜରେ ପଢୁଥିବା ସମୟରେ ମଧ୍ୟ ବିଭିନ୍ନ ସ୍ତରରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ଭାଗନେଉଥିଲେ ଓ ୧୯୫୪-୫୫ ମସିହାରେ ଅନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଶାନ୍ତନୁ ବାବୁଙ୍କ ଫୁଟବଲ ଖେଳ କେବଳ ବଲାଙ୍ଗିର ଜିଲ୍ଲା ପାଇଁ ସିମିତ ନଥିଲା, ସେ ମଧ୍ୟ ସମ୍ବଲପୁର, ସୁନ୍ଦରଗଡ ଓ କଲାହାଣ୍ଡି ଜିଲ୍ଲା ଫୁଟବଲ ଟିମ ତରଫରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଥିଲେ । 
    ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟରତ ଥାଇ ମଧ୍ୟ ଫୁଲବଲ ଖେଳକୁ ଅତି ଗଭୀରତା ସହିତ ଭଲପାଉଥିଲେ ଓ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଲା ତଥା ବିଭିନ୍ନ ଫୁଟବଲ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରୁଥିଲେ । ୧୯୫୮ ମସିହାରେ ସମ୍ବଲପୁର ଜିଲ୍ଲା ତରଫରୁ ରାୟପୁର (ଛତିସଗଡ)ରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ସମ୍ବଲପୁର ଟିମକୁ ଚମ୍ପିଏନ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କଲେଜରେ ପଢ଼ୁଥିବା ସମୟରେ ୧୯୫୮ ରୁ ୧୯୬୨ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ଫୁଟବଲ ଟିମ୍‌ରେ ଜଣେ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିବାରେ ଗୌରବ ଅର୍ଜନ କରିଥିଲେ । ଏହି ସମୟରେ ବଲାଙ୍ଗିର ମାଟିର ଆଉ ଜଣେ ଦକ୍ଷ କ୍ରୀଡାବିତ ମଧୁସୁଦନ ବାବୁ ମଧ୍ୟ ସେହ ଫୁଟବଲ ଟିମରେ ଜଣେ ସଦସ୍ୟ ଭାବରେ ପ୍ରତିନିଧିତ୍ୱ କରିବାରେ ସୁଯୋଗ୍ୟ ପାଇଥିଲେ । ୧୯୬୧-୧୯୬୨ ମସିହାରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଅନୁଷ୍ଠିତ କଟକ କମ୍ବାଇନ୍ ଏବଂ ପଶ୍ଚିମ ବଙ୍ଗାଳ ଏକାଦଶ ସହିତ ଫୁଟବଲ ପ୍ରିଯୋଗିତାରେ କଟକ ତରଫରୁ ଗୋଲ ଟିଏ ଦେଇ ତାଙ୍କର କ୍ରୀଡା ନିପୂଣତାର ପ୍ରଦର୍ଶର୍ନ କରିଥିଲେ । ଏହି ପ୍ରତିଯୋଗିତାରେ କଟକ ଟିମ୍ ତରଫରୁ ଆର୍ନ୍ତଃଜାତୀୟ ଫୁଟବଲ ଖେଳାଳୀ ଗୋଳକ ସାମଲଙ୍କ ସହିତ ଗୋଟିଏ ଟିମରେ ଖେଳିବାର ଗୌରବ ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତାଟି ତାଙ୍କ ପାଇଁ ପାଲଟି ଯାଇଛି ଏକ ଅଭୁଳା ସ୍ମୃତି ଏବଂ ଆଜି ଯାଏଁ ସେ ତାହାକୁ ପାଶୋରି ପାରି ନାହାନ୍ତି । ବଲାଙ୍ଗିରଠାରେ ତାଙ୍କର ରହଣି ସମୟରେ କଣ୍ଟାବାଞ୍ଜିରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟବଳ ପ୍ରତିଯୋଗିତାରେ ବଲାଙ୍ଗିର ଟିମ୍ ତରଫରୁ ପ୍ରତିନିଧିତ୍ୱ କରି ଭାରତୀୟ ଫୁଟବଲ ତାରକା ଆପଲ୍‌ାରାଜୁ ଓ ଭେଲାରଙ୍କ ସହିତ ଖେଳିବାର ସୁଯୋଗ  ପାଇଥିଲେ ।  
    ଶାନ୍ତନୁ ବାବୁଙ୍କ ଫୁଟବଲ ଖେଳର ନୂତନତ୍ୱ ସେ ସମୟରେ ସମସ୍ତ କ୍ରୀଡାବିତ ତଥା ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା ଓ ସାଥି ଫୁଟବଲ ଖେଳାଳୀ ମାନଙ୍କୁ ଏହି ନୂତନ ଶୈଳୀରେ ଖେଳିବା ପାଇଁ ସେ ସବୁବେଳେ ପ୍ରେରଣା ଦେଉଥିଲେ । ୧୯୭୧ ମସିହା ଥିଲା ଶାନ୍ତନୁ ବାବୁଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ । ସେହି ବର୍ଷ ଗାନ୍ଧୀଷ୍ଟାଡିୟମ, ବଲାଙ୍ଗିର ଠାରେ ଅନୁଷ୍ଠିତ ଅନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି କଟକ ଜିଲ୍ଲା ଫୁଟବଲ ଟିମ୍‌କୁ ପରାସ୍ତ କରିଥିଲେ ଓ ବିଜୟ ଗୋଳମଧ୍ୟ ନିଜେ ସ୍କୋର କରିଥିଲେ । ଏହି ପ୍ରତିଯୋଗିତା ପରେ ପରେ ସେ ସେହି ଦିନ ତାଙ୍କର ଫୁଟବଲ ଖେଳର ଅବସର ଘୋଷଣା କରିଥିଲେ । ଏହି କ୍ରୀଡାବିତ ବଲାଙ୍ଗିର ଫୁଟବଲ କ୍ରୀଡା ଇତିହାସରେ ଫୁଟବଲ ଟିମର ଏକ ଉଜ୍ଜଳମାନ ଅଗ୍ରଣୀ ଫରୱାଡ ଭାବରେ ସବୁଦିନ ପାଇଁ ଆଜି ମଧ୍ୟ ଅପାସୋରା ହୋଇ ରହିଯାଇଛନ୍ତି । ସେହି ପୁରୁଣା ଦିନର ସ୍ୱର୍ଣ୍ଣମ ମୁହୁତ୍ତ କ ମନେ ପକେଇ  ଆଜି ବି ସେ ଆତ୍ମ ବିଭୋର ହୋଇ ଯାଆନ୍ତି । ଏହି ପୁରାତନ ଫୁଟବଲ ତାରକା ମାନଙ୍କ ସ୍ୱପ୍ନ ସାକାର ହୋଇଥିଲା ୨୦୧୭ ମସିହାରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ସାହିଣୀ କପ୍ - ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗିର ଟିମ ଚାମ୍ପିଆନ ଟ୍ରଫି ହାସଲ କରି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିପାରିଥିଲେ । 
    ଭାରତୀୟ ଜୀବନ ବୀମା ନିଗମ ସଂସ୍ଥାରେ କାର୍ଯ୍ୟରତ ସମୟରେ ନିଗମ ତରଫରୁ ଜୋନ ସ୍ତରରେ ଅନୁଷ୍ଠିତ ବିଭିନ୍ନ ଏଥଲେଟିକ୍ସ, ଟେବୁଲ ଟେନିସ ପ୍ରଯୋଗିତାରେ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । କ୍ରୀଡାପାଇଁ ସମର୍ପିତ ଏହି କ୍ରୀଡାବିତ ଆଜିମଧ୍ୟ ବଲାଙ୍ଗିର ଜିଲ୍ଲାର କ୍ରୀଡାମାନର ଉନ୍ନତି ତଥା ଯୋଗ୍ୟ କ୍ରୀଡାବିତ ମାନେ କିପରି ସୃଷ୍ଟି ହୋଇପାରିବେ ସେଥିପାଇଁ ସେ ସକ୍ରିୟ ଅଛନ୍ତି ଓ ଯୁବ କ୍ରୀଡାବିତ ମାନଙ୍କ ପାଇଁ ଏକ ପ୍ରେରଣାର ଏକ ସ୍ରୋତ କହିଲେ ଅକ୍ତ୍ୟୁକ୍ତି ହେବ ନାହିଁ । ଜିଲ୍ଲା କ୍ରୀଡାସଂସଦର ଜଣେ ପୁରାତନ ବରିଷ୍ଠ ସଦସ୍ୟ ଭାବରେ ବିଭିନ୍ନ ସମୟରେ ସଂଘର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଦିଗ୍‌ଦର୍ଶନ ଦେଇଆସୁଛନ୍ତି । ଆଜି ସେ ୮୧ ବର୍ଷରେ ପଦାର୍ପଣ କରି ମଧ୍ୟ ଚଳଚଂଚଳ,  ସୁସ୍ଥ ଅଛନ୍ତି ଓ ମନରେ ତାଙ୍କର ସେହି ଉତ୍ସାହ ଓ ଅଭିଲାଷ ଭରି ରହିଛି, ସତେ ଯେପରି ଆଜି ବି ସେ ଫୁଟବଲ ପଡିଆରେ ଭରପୁର ଫୁଟବଲ ଖେଳି ତାର ଆନନ୍ଦ ସେ ଉପଭୋଗ କରିପାରିବେ । ଭଗବାନ ଏହି କ୍ରୀଡାବିତଙ୍କୁ ଦିର୍ଘାୟୁ କରନ୍ତୁ । ସେ ଯେପରି ବର୍ତ୍ତମାନର କ୍ରୀଡାବିତ ମାନଙ୍କୁ ମାର୍ଗଦର୍ଶନ କରିପାରିବେ ଏବଂ ଏହି ସମର୍ପିତ କ୍ରୀଡାବିତ ପାଇଁ ଆଜି ବଲାଙ୍ଗିର ବାସୀ ଗର୍ବିତ । 

  ପ୍ରସ୍ତୁତି - କୃଷ୍ଣଚନ୍ଦ୍ର ମିଶ୍ର, ଏଡ୍‌ଭୋକେଟ୍‌. ଉପସଭାପତି, 
ଜିଲ୍ଲା  କ୍ରୀଡାସଂସଦ, ବଲାଙ୍ଗିର ମୋ-୯୬୯୨୪୪୦୪୪୪ 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like