-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
30-Jun-2023
ହରଭଙ୍ଗା(ଦୁର୍ଯ୍ଯୋଧନ ବିଶି ): ହରଭଙ୍ଗା ବ୍ଲକର ଉପାନ୍ତ ତଥା ବଣ ପାହାଡ଼ ଘେରା ଅଞ୍ଚଳ ରେ ରହୁଥିବା ଆଡ଼େନିଗଡ଼ ପଞ୍ଚାୟତ ର କଣ୍ଡରା ଗ୍ରାମକୁ ଗ୍ରାମର ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସ୍ୱାବଲମ୍ବି କୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ ମତେ ଗୁରୁବାର ଦିନ ବ୍ଲକର ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ମାଁ ପିତାବଲୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ ଖଲି ଦନା ତିଆରି ମେସିନ ଯୋଗାଇ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇ ମହିଳା ଙ୍କୁ ସ୍ୱାବଲମ୍ବି ହେବା ସହ କିପରି ପରିଚାଳନା କରିବେ ସେନେଇ ପରାମର୍ଶ ଦେବାସହ ମହିଳା ଗୋଷ୍ଠୀ ଙ୍କୁ ଉକ୍ତ ମେସିନ କୁ ପ୍ରଦାନ କରିଥିଲେ l ପ୍ରଦାନ ସମୟ ରେ ବୌଦ୍ଧ ଡି ଏଫଓ ଦେବ ପ୍ରିୟ କମ୍ପ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ ମେହେର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାର ସିଂ,ବିଡ଼ିଓ ହରଭଙ୍ଗା ସ୍ୱପ୍ନିତା ନାୟକ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କଁହର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାହୁଲ ପ୍ରଧାନ,ପୁରୁଣା କଟକ ରେଞ୍ଜର ନିହାର ମଳିକ,ଙ୍କ ସମେତ ବନ ବିଭାଗର ଅନାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏବଂ ଉକ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ପାହାଡ଼ ନାମକ ଏକ (ଏନ ଜି ଓ ) ସଂସ୍ଥା ଖଲି ଦନା ପ୍ରସ୍ତୁତି ତାଲିମ ପ୍ରଦାନ ସହ ନିଜକୁ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେନେଇ ପ୍ରଶିକ୍ଷଣ ଦାୟିତ୍ୱ ହାତକୁ ନେଇଥିବା ଜଣାପଡିଛି l