-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
28-Jun-2023
ବଲାଙ୍ଗିର (ଦେବାଶିଷ ବହିଦାର )ପବିତ୍ର ବାହୁଡା ଯାତ୍ରା ଅବସରରେ ବଲାଙ୍ଗିର ସହରରେ ମୁଖ୍ଯରାସ୍ତା ବଡଦାଣ୍ଡରେ ପ୍ରମୁଖ ରଥ ଗୁଡିକ ଯିବା ଆସିବା ରାସ୍ତାରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ଆୟୋଜନରେ ଧାରାବିବରଣୀ ପ୍ରଦାନ କରାଯାଇଥିଲା।ସହରର ମୁଖ୍ଯ ରାସ୍ତାରେ ଥିବା ଆଶିଷ ପ୍ଲାଜା ଠାରେ ଖୋଲାଯାଇଥିବା ସୂଚନା କେନ୍ଦ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀଙ୍କ ପରିଚାଳନାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍ ସନାତନ ଠାକୁର, କବି ବିଭୁତି ଭୁଷଣ ମିଶ୍ର, କବି ମଧୁସୂଦନ ନାୟକ, କବି ବିଜୟ କୁମାର ତ୍ରିପାଠୀ, କବି ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ଅଧ୍ୟାପିକା ପ୍ରବଚିକା ଏଲୋରା ମିଶ୍ର ପ୍ରମୁଖ ବଲାଙ୍ଗୀର ର ରଥଯାତ୍ରା ପରଂପରା,ଜଗନ୍ନାଥ ତତ୍ତ୍ବ,ସଂସ୍କୃତି ସଂପର୍କ ରେ କହି ଧାରାବିବରଣୀ ପ୍ରଦାନ କରିଥିଲେ। ଏହା ସହ ଏଠାରେ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ବିକ୍ରି କରାଯାଇଥିଲା।