-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2023
ବରଗଡ଼:(ନିରଞ୍ଜନ ତ୍ରିପାଠୀ)
-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଦରମହକୁମା ବାହୁଡା ରଥ ଯାତ୍ରା ମହାସମାରୋହ ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ପାଳିତ ହୋଇଯାଇଛି।ରୀତିକାନ୍ତି ସହକାରୀ ବୁଧବାର ପ୍ରତ୍ୟୁଷରୁ ପହଡ଼ ଫିଟାଇ ନିତିକାନ୍ତି ସହକାରେ ସମ୍ପନ୍ନ ହୋଇଥିଲା।ଅପରାହ୍ନରେ ବଡଠାକୁରଙ୍କ ପହଣ୍ଡିବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।ବିଜେପୁର ଜମିଦାର ଶ୍ରୀମାନ ସନତ କୁମାର ଗଡତିୟା ପହଣ୍ଡିବିଜେରେ ଛେରାପହଁରା କାର୍ଯ୍ୟ ତୁଲାଇଥିଲେ।ପରେ ମହାବାହୁ ଶ୍ରୀଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା।ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀ,ମନ୍ଦିର ପୂଜକ ନନ୍ଦକିଶୋର ପୂଜାରୀ,ହାଡୁ ପୂଜାରୀ ପୂଜାକର୍ମ ସମ୍ପାଦନ କରିଥିଲେ।ଠାକୁର ରଥାରୁଢ଼ ହେବାପରେ କୁନିକୁନି ଶିଶୁ ମାନଙ୍କୁ ରଥଛୁଆଁ କରାଯିବା ପରେ ରଥଟଣା ହୋଇଥିଲା।ଏଅବସରରେ ବହୁ ସଂଖ୍ୟାରେ ମାଆ ମାଉସୀ,ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ପରେ ବଡ ଠାକୁର ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀମନ୍ଦିର କୁ ବିଜେ କରିଥିଲେ।ଏଇ ପରିପ୍ରେକ୍ଷିରେ ସାତଦିନ ବ୍ୟାପି ମାଉସୀ ମାଁ ମନ୍ଦିରେ ପ୍ରବଚନ,ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମନିଷ ମହାପାତ୍ର,ନବିନ କୁମାର ସାହୁ,ଭୁବନେଶ୍ୱର ସାହୁ,ଟିକେ ମେହେର ପ୍ରମୁଖ ସହଯୋଗ କରିଥିଲେ।