-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2023
ବ୍ରହ୍ମପୁର(ଝିଲ୍ଲି କୁମାରୀ ସାହୁ ): ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ୨୭ ତାରିଖ ମଙ୍ଗଳବାର ରେ ଗଞ୍ଜାମ ଜିଲ୍ଲା, ରଙ୍ଗେଈଲୁଣ୍ଡା ବ୍ଲକ କାର୍ଯାଳୟ ପରିସରରେ ମୋ ସେବା କେନ୍ଦ୍ର କର୍ମଚାରୀଙ୍କୁ ନେଇ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏବଂ ଏହି ବୈଠକରେ ବ୍ଲକ କୃଷି ଅଧିକାରୀ ରଙ୍ଗେଈଲୁଣ୍ଡା, ସହ କୃଷି ଅଧିକାରୀ ରଙ୍ଗେଈଲୁଣ୍ଡା, କନିଷ୍ଠ କିରାଣୀ ସାମାଜିକ ସୁରକ୍ଷା ଅଧିକାରୀ ଏଲ. ଶଶା ରାଓ ରେଡ୍ଡୀ, ମୋ ସେବା କେନ୍ଦ୍ରରେ ଜିଲ୍ଲା ପରିଚାଳକ ସରୋଜ ପାଢ଼ୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ୩୨ଟି ଗ୍ରାମ ପଞ୍ଚାୟତ ର ସମସ୍ତ ମୋ ସେବା କେନ୍ଦ୍ର ଏବଂ ଜନ ସେବା କେନ୍ଦ୍ର କର୍ମଚାରୀ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ବିଶେଷ କରି ବିଭିନ୍ନ ସାମାଜିକ ଯୋଜନା ସୁରକ୍ଷା ରେକିପରି ଆବେଦନ କରାଯିବ ଆବଶ୍ୟକ କାଗଜ ପତ୍ର ଉପରେ ଆଲୋଚନା କରାଯାଇଥିଲା l ଏହି କର୍ମଶାଳାକୁ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ର ପ୍ରକଳ୍ପ ସଂଯୋଜକ ଚନ୍ଦନ କୁମାର ସାହୁ ଏବଂ ରଙ୍ଗେଈଲୁଣ୍ଡା ବ୍ଲକ ସଂଯୋଜକ ବିପ୍ଳବ କୁମାର ବେହେରା, ସୁଦିପ ଚକ୍ରବର୍ତ୍ତୀ, ଗୀତାଞ୍ଜଳି ପାଣିଗ୍ରାହୀ,ମାମାଲି ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l