-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||     

HOME   ଜିଲ୍ଲା

ଦୁଇ ନକଲି ଡାକ୍ତର ଗିରଫ : ଧରପଗଡରେ ପୁଲିସ୍ ର ପକ୍ଷପାତିତା ଅଭିଯୋଗ । ସ୍ବାସ୍ଥ୍ୟବିଭାଗ ନୀରବଦ୍ରଷ୍ଟା !

28-Jun-2023



ବଲାଙ୍ଗୀର ( ମଳୟ ମିଶ୍ରଙ୍କ ରିପୋର୍ଟ )  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବ୍ ଡିଭିଜନ୍ ର ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରୁ ଖପ୍ରାଖୋଲ ପୁଲିସ୍ ଗତ ୨୪ ତାରିଖରେ ପଶ୍ଚିମବଙ୍ଗରୁ ଆସି ଏଠାରେ ରହିଥିବା ଦୁଇଜଣ ନକଲି ବଙ୍ଗାଳୀ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ଭାନପୁର ପଞ୍ଚାୟତର ଝାଙ୍କିରିପାଲି ଗ୍ରାମରୁ ସୁପ୍ରକାଶ ରାଏ  ଓ  ନାନ୍ଦୁପଲା ଗ୍ରାମରୁ ପବିତ୍ର ବିଶ୍ବାସ । ଏମାନେ ବେଆଇନ୍ କ୍ଲିନିକ୍ ଖୋଲି ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ଲୋକଙ୍କ ଜୀବନପ୍ରତି ବିପଦ୍ ଜନକ ଖେଳ ଖେଳୁଥିଲେ ।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଯେ ଏହି  ଖପ୍ରାଖୋଲ ବ୍ଲକ୍ ଓ ପାଟଣାଗଡ ସବ୍ ଡିଭିଜନ୍ ରେ ଦୀର୍ଘବର୍ଷ ଧରି ଜଣେ  କ୍ବାକ୍ ଓ ଜଣେ ବଙ୍ଗାଳୀ ନକଲି ଡାକ୍ତର  ସକ୍ରିୟ ରହିଆସିଛନ୍ତି । ବହୁବାର ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରକାଶ ପାଇ ଆସୁଥିଲେ ହେଁ , ପୁଲିସ୍ ଓ ସ୍ବାସ୍ଥ୍ୟବିଭାଗ  ଭଲଭାବରେ ଅବଗତ ଥାଇ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା , ଓଲଟି ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରିଆସୁଛନ୍ତି  !  ଲାଠୋର ଥାନା ଅନ୍ତର୍ଗତ ଲାଠୋରର ମୁଖ୍ୟରାସ୍ତା କଡରେ ଗତ କିଛିବର୍ଷଧରି ଜଣେ ଆୟୁର୍ବେଦିକ ଔଷଧ , ଜଡିବୁଟି ବିକ୍ରି ଆଳରେ ତାଙ୍କର ଡାକ୍ତରୀ ଚିକିତ୍ସାର ଯୋଗ୍ୟତା  ନଥାଇ ଇଞ୍ଜେଜେକ୍ ସନ୍ ଦେବା ଆଦି କରି  ଏଲୋପାଥିକ ଔଷଧର ବ୍ୟବସ୍ଥାପତ୍ର ଦେଇ ଔଷଧଦେଇ ଚିକିତ୍ସା କରି ପ୍ରଚୁର ଉପାର୍ଜନ କରିଆସୁଥିବା ଦେଖାଯାଇଛି । କିଛିବର୍ଷତଳେ ଗାଁ ମାନଙ୍କରେ ବୁଲି ବୁଲି ଆଇସ୍ କ୍ରିମ୍ ବିକୁଥିବା ଓ ପରେ ତାଙ୍କର ଜଣେ ସମ୍ପର୍କୀୟ କ୍ବାକ୍ ଙ୍କର ସହକାରୀ ପାଲଟି କବିରାଜୀ ଶିଖିଥିବା ଏଇ ବ୍ୟକ୍ତିଜଣକ ଏବେ ତଥାକଥିତ କବିରାଜ ଜଣକ ବିଭିନ୍ନ ବୈଦ୍ୟ ସମ୍ମିଳନୀସଂଘ ଓ ସାର୍ଟିଫିକେଟ୍ ଝୁଲାଇ ତାଙ୍କ କ୍ଲିନିକ୍ ରେ ଏକ ଲାବୋରେଟରୀ କରି ବିଭିନ୍ନ କମ୍ପାନୀ ଔଷଧର ଅପମିଶ୍ରଣ କରି ବଲାଙ୍ଗୀର ଜିଲ୍ଲା ସମେତ ବରଗଡ , ନୂଆପଡା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଚିକିତ୍ସାବେପାର ଖେଳାଇଦେଇ କୋଟିପତି ହେଇଗଲେଣି । ତାଙ୍କ ବିରୋଧରେ ବହୁବାର ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଅଭିଯୋଗ ହୋଇଛି ।

ଦ୍ୱିତୀୟତଃ ପାଟଣାଗଡ ସହରରେ ଦୀର୍ଘବର୍ଷଧରି ଜଣେ ଡାକ୍ତରୀଯୋଗ୍ୟତା ନଥିବା ବଙ୍ଗାଳୀ କ୍ବାକ୍ ଅଲଟରନେଟିଭ୍ ମେଡିସିନ୍ ର ଚିକିତ୍ସକ ନାଁ'ରେ ରହି ପ୍ରଚୁର ବେଆଇନ୍ ଉପାର୍ଜନ କରି କୋଟିପତି ପାଲଟି ଏଠାରେ ବିବାହ କରି ଘରବାଡି କିଣି କ୍ଲିନିକ୍ ଖୋଲି ଚିକିତ୍ସା ଚଳାଇ ଆସୁଛନ୍ତି । ତାଙ୍କ ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ସହ ଗୁରୁତର ଅଭିଯୋଗ ରହିଆସିଛି । ତଥାପି ସେ ସ୍ଥାନୀୟ ପୁଲିସ୍ ର ଘନିଷ୍ଠବନ୍ଧୁ ଭାବେ ଥାନାରେ ହେଉଥିବା ଭୋଜିକୁ ନିମନ୍ତ୍ରିତ ହୋଇ ଯାଉଥିବା ଦେଖାଯାଇଛି । ଏପରିକି ତାଙ୍କ ହାତରେ ସ୍ଥାନୀୟ ରାଜନେତା , ଲୋକପ୍ରତିନିଧି , ଗୁଣ୍ଡା ଓ ବଡବଡିଆମାନେ ରହିଛନ୍ତି । ଅତୀତରେ ତାଙ୍କୁ ମାଓ ପ୍ରତିରୋଧ ନିମନ୍ତେ ନିୟୋଜିତ ସ୍ବତନ୍ତ୍ର ସଶସ୍ତ୍ର ସୁରକ୍ଷାବାହିନୀର ସ୍ବାସ୍ଥ୍ୟଶିବିରରେ ନିୟୋଜିତ କରାଯାଇଥିବାର ପ୍ରମାଣ ରହିଛି । ସେ ଏହି ନକଲି ଚିକିତ୍ସାରୁ ପ୍ରଚୁର ବେଆଇନ୍ ଉପାର୍ଜନ କରି ଚାଲିଥିବା ସମସ୍ତେ ଜାଣନ୍ତି ଓ ତାଙ୍କ ବିରୋଧରେ ଖବର ପ୍ରକାଶ କରିବାରୁ ଅତୀତରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାଙ୍କର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । 

କେବଳ ଏତିକି ନୁହେଁ , ବଲାଙ୍ଗୀରଜିଲ୍ଲାର ତୁଷୁରାଥାନା ଅଞ୍ଚଳର ପିପଲମୁଡା ଗ୍ରାମରେ ମଧ୍ୟ ବର୍ଷ ବର୍ଷ ଧରି ଜଣେ ଆୟୁର୍ବେଦିକ ଡାକ୍ତର ପକ୍ଷାଘାତ ଚିକିତ୍ସା ନାଁ'ରେ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ବିଖ୍ୟାତ ।  ସେହିପରି ଲୋଇସିଂହା , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , ସିନ୍ଧେକେଲା , ଟିଟିଲାଗଡ , ବେଲଗାଁ ଓ ଅନ୍ୟାନ୍ୟ ଅଞ୍ଚଳରେ ବାତଚିକିତ୍ସା , ହାଡଭଙ୍ଗା ଚିକିତ୍ସା ଓ ଅନ୍ୟାନ୍ୟ ନକଲି ଚିକିତ୍ସା ନାଁ'ରେ କ୍ବାକ୍ ବା ଠକବୈଦ୍ୟ , ନାମମାତ୍ର ଆୟୁର୍ବେଦିକ ବା ହୋମିଓପାଥିକ୍ ପ୍ରମାଣପତ୍ର ଖଣ୍ଡେ ଖଣ୍ଡେ ରଖି ଛତୁଫୁଟିଲା ପରି ସର୍ବତ୍ର ନକଲି ଡାକ୍ତରମାନେ ବିପଦପୂର୍ଣ ଚିକିତ୍ସା ଆଳରେ ରୋଗୀଙ୍କୁ ଲୁଣ୍ଠନ କରି ଚାଲିଥିଲେ ହେଁ , ସବୁ ଜାଣିଶୁଣି ପୁଲିସ୍ , ପ୍ରଶାସନ , ସ୍ୱାସ୍ଥ୍ୟବିଭାଗ , ଡ୍ରଗ୍ସ ଇନିସପେକ୍ଟର ବା ଜନସାଧାରଣ ନୀରବଦ୍ରଷ୍ଟା ପାଲଟିଆସିଥିବା ଅତ୍ୟନ୍ତ କ୍ଷୋଭର ବିଷୟ  । ଏପରିକି ଖୋଦ୍ ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ସାଇନ୍ ବୋର୍ଡ଼ ମାରି ବିଖ୍ୟାତ ଆରୋଗ୍ଯ ଦୋକାନ ଖୋଲି ଭୁଲ୍ ଔଷଧରେ ରୋଗୀଚିକିତ୍ସା ଚାଲିଛି ସ୍ପଷ୍ଟ ଦିବାଲୋକରେ ଆଖିରେ ଆଙ୍ଗୁଠି ଗେଞ୍ଜି  !


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026

You Might Also Like