-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ -ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ

27-Jun-2023



ବଲାଙ୍ଗିର(ଦେବାଶିଷ ବହିଦାର ): ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ବଲାଙ୍ଗିର ଜିଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉଦବୋଧନ ଦେଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସଂଗଠିତ ଭାବେ ସବୁ ସ୍ତରରେ ଉତ୍ତମ ସମନ୍ଵୟ ରଖି ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଏଥି ନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ ଚନ୍ଦ୍ର ପଣ୍ଡା ,ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ,ଡିଏସପି ,ଏଚଆରପିସି ସସ୍ମିତା ବାରିକ ,ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ –ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଘନଶ୍ୟାମ ମୁଣ୍ଡ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ଚନ୍ଦ୍ର ବିଶ୍ଵାଳ ,ଶିଶୁ କଲ୍ୟାଣ କମିଟି ର

ଅଧ୍ୟକ୍ଷ ଲମ୍ବୋଦର ଦୀପ ,ଚାଇଲ୍ଡ ଲାଇନ ର କର୍ମକର୍ତ୍ତା ଓ ବେସରକାରୀ ସଂଗଠନ ର କର୍ମକର୍ତ୍ତା , ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ ଓ ଶ୍ରମ ନିରିକ୍ଷକ ମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ଶ୍ରମ ଆଇନ ୧୯୮୬ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁ ଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟା ରେ ତଥା ୧୪ ବର୍ଷ ରୁ ୧୮ ବର୍ଷ ବୟସର କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟା ରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ ତେଣୁ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବା ଉପରେ ଆଲୋଚନା କରିଥିଲେ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ରୁ କମ ବୟସର ଶିଶୁ ଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୪ ବର୍ଷ ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟା ରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଅବଗତ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ । ଏତଦବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କୁ ଉଦ୍ଧାର ଓ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଆଇନ ର ଉଲ୍ଲଂଘନ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଶ୍ରମ ଆଇନ ଅନୁସାରେ କାର୍ୟାନୁଷ୍ଠାନ ଗ୍ରହଣ , ତୃଣମୁଲ ସ୍ତରରେ ଶ୍ରମ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like