-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
27-Jun-2023
ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ବ୍ରହ୍ମପୁର ବାବାଜୀ ତୋଟା ସାହି ସ୍ଥିତ ଜେବିପ୍ରାଙ୍ଗଣକଲ୍ୟାଣ ମଣ୍ଡପ ସନମ୍ମିଳନୀକକ୍ଷ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଧାନସଭା ଅନ୍ତର୍ଗତ ଗାନ୍ଧୀନଗର ମଣ୍ଡଳ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥିଙ୍କ ତତ୍ତ୍ୱାବଧାନରେ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡର ବରିଷ୍ଠ ନେତା ତଥା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀନେଶାନନ୍ଦ ଗୋସ୍ୱାମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ସିଧାସଳଖ ଭର୍ଚୁଆଲ୍ ମାଧ୍ୟମରେ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମକୁ ଦେଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ଶ୍ରୀ ଗୋସ୍ୱାମୀଙ୍କ ସମେତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଶୁଣିଥିଲେ ।ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସଭାପତିତ୍ବରେ ଦେଶରୁ ମନୋନୀତ କରାଯାଇଥିବା ତିନି ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମରେ ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ସହ ଭର୍ଚୁଆଲ୍ ମାଧ୍ୟମରେ ଦେଶର ଦଶ ଲକ୍ଷରୁ ଉର୍ଦ୍ଧ୍ବ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଯୁବ ନେତା ବାପି ପ୍ରଧାନ,ବ୍ରଜମୋହନ ନାୟକ ଏହି ଚାରି ଜଣ ମନୋନୀତ ହୋଇ ଭୋପାଳ ଗସ୍ତରେ ଯାଇଥିବା ବେଳେ, "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମ ବ୍ରହ୍ମପୁର ଠାରେ ମଧ୍ୟ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟ
ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ବରିଷ୍ଠ ନେତା ପ୍ରବୀର ପାତ୍ର,କର୍ପୋରେଟର ରଞ୍ଜିତା ବେହେରା,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,ରାମନାଥ ଗନ୍ତାୟତ,ସତ୍ୟ ନାରାୟଣ ବସନ୍ତିଆ,ଇଶ୍ୱର ମହାନ୍ତି, ସୌମେରନ୍ଦ୍ର ସାହୁ,ନିମାଇଁ ଚରଣ ସାବତ,କୃଷ୍ଣ ଚନ୍ଦ୍ର ସାହୁ,ପ୍ରମୋଦ ପଣ୍ଡା,ରବୀନ୍ଦ୍ର ବେହେରା,ମହେଶ ସାହୁ,କାଳୁ ବେହେରା,ଦେବୁନ୍ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିଭଳି ଗୋସାଇଁନୂଆଗାଁ ମଣ୍ଡଳ ଠାରେ କୃଷ୍ଣ ଚନ୍ଦ୍ର ଚୌଧୁରୀ,କମାପଲ୍ଲୀ ମଣ୍ଡଳରେ ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ପୁରୁଣା ବ୍ରହ୍ମପୁର ମଣ୍ଡଳ କେ.ଟୁଙ୍ଗୁରୁ ପାତ୍ର,ସାନ ବଜାର ମଣ୍ଡଳ ସରୋଜ ପାତ୍ରଙ୍କ ତତ୍ତ୍ୱାବଧାନରେ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।