-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Jun-2023
ବରଗଡ-(ନିରଞ୍ଜନ ତ୍ରିପାଠୀ)
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ପରିସରରେ ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ ଦ୍ୱିତୀୟ କାବ୍ୟ ସଂଗୋଷ୍ଠୀ ଆୟୋଜନ କରାଯାଇଛି। ସଙ୍ଗମ ଅଧ୍ୟକ୍ଷା ଦର୍ଶନା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡା ଅର୍ଜୁନ ମେହେର ମୁଖ୍ୟ ଅତିଥି, ଓଡ଼ିଶା ପ୍ରାନ୍ତୀୟ ପ୍ରଭାରୀ ସାଖି ଗୋପାଳ ପଣ୍ଡା ସମ୍ମାନିତ ଅତିଥି, ସର୍ଦ୍ଦାର ପ୍ରୀତମ ସିଂ ମୁଖ୍ୟ ବକ୍ତା ଏବଂ ମିଡ଼ିଆ ପ୍ରଭାରୀ ସଦାଶିବ କର ମଞ୍ଚାସିନ ଥିଲେ । ଉକ୍ତ କାବ୍ୟ ସଂଗୋଷ୍ଠୀ ରେ ୨୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଉମା ଅଗ୍ରୱାଲ କବିତା ପାଠ କରିବା ସହିତ ଉପସ୍ଥିତ ଲୋକଙ୍କୁ ଏକ ଚାରା ଉପହାର ଦେଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲେ।
ଦର୍ଶନା ଅଗ୍ରୱାଲ, ଉମା ଅଗ୍ରୱାଲ, ରେନୁ ଅଗ୍ରୱାଲ, ଖୁସବୁ ଶର୍ମା, ତନୁଜା ମିଶ୍ର, ମମତା ସୁସାରୀ, ରାଧାରାଣୀ ପଟ୍ଟନାୟକ, କିରଣ ଅଗ୍ରୱାଲ ଏବଂ ସାଖୀ ଗୋପାଳ ପଣ୍ଡା, ଅମରେନ୍ଦ୍ର ନାରାୟଣ ଯାଦବ, ସର୍ଦ୍ଦାର ପ୍ରୀତମ ସିଂ, ଗୋପବନ୍ଧୁ ପୁରୋହିତ, ଅଭିଜିତ ପ୍ରତିହାରୀ, ପ୍ରଦୀପ ମିଶ୍ର, ବିଷ୍ଣୁ ଚରଣ ପ୍ରଧାନ, ଧର୍ମରାଜ ପ୍ରଧାନ ପ୍ରମୁଖ ନିଜ ନିଜ କବିତା ପାଠ କରି ଥିଲେ ।ଶେଷରେ ଗୋପାବନ୍ଧୁ ପୁରୋହିତ ସଂସ୍କୃତ ଭାଷାରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଖୁସିବୁ ଶର୍ମା ଏବଂ ସଦାଶିବ କର ସଂଯୋଜନା କରିଥିଲେ।