-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଜମି ଅଧିଗ୍ରହଣଠାରୁ ଉଦ୍‌ଘାଟନ ପର୍ଯ୍ୟନ୍ତ ଚର୍ଚ୍ଚାର ଶୀରୋନାମାରେ ଆଦର୍ଶ ବିଦ୍ୟାଳୟ

26-Jun-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ପ୍ରାଥମିକ ସ୍ତରରେ ଗ୍ରାମାଞ୍ଚଳର ମେଧାବୀ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢିଚାଲିଛି । ଯାହାକି ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୂଣ୍ଟ । ଡୁଙ୍ଗୁରିପାଲି ବ୍ଲକର ବଡଫଟାମୁଣ୍ଢାଠାରେ ଚାଲିଛି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାମ । କାମ ଚାଲିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଯାହାକି ଚର୍ଚ୍ଚାର ଶୀରୋନାମା ପାଳଟିଛି । ବିଦ୍ୟାଳୟର ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ନାହିଁ । ସମ୍ମୁଖ ଅଂଶକୁ ଛାଡି ଦେଲେ ଭିତରେ କୌଣସି ଗୋଟିଏ କାମ ମଧ୍ୟ ସରି ନାହିଁ । ମୁଖ୍ୟ ଫାଟକଠାରୁ ସ୍କୁଲ ପର୍ଯ୍ୟନ୍ତ ଚିକିଟାମାଟି ପଡିଛି । ସାମାନ୍ୟ ବର୍ଷାରେ ଭିତରକୁ ଯାଇ ହେଉନାହିଁ । ଏହାର ରାସ୍ତା ନିର୍ମାଣ ହୋଇ ନାହିଁ । ସମ୍ମୁଖ ପଡିଆ ଖାଲିଢିପ ରହିଛି । ସ୍ଥାନେ ସ୍ଥାନେ ଠିକାଦାରଙ୍କ କେମ୍ପ ରହିଥିବା ବେଳେ ବାଲି ଚିପ୍ସ ବିଭିନ୍ନ ସାମଗ୍ରୀ ଏଣେତେଣେ ପଡିଛି । ଭିତରର ପେଣ୍ଡାଲ କାମ ମଧ୍ୟ ଚାଲିଛି । ଷ୍ଟେଜ ଅଧପନ୍ତରିଆ ହୋଇଥିବା ବେଳେ ଟାଇଲ କାମ ଚାଲିଛି । କୋଠରୀ ଗୁଡିକରେ ଚୂନ ଲେପ ଦିଆଯାଉଥିବା ବେଳେ ବିଭିନ୍ନ କୋଠରୀ ଗୁଡିକରେ ସିମେଣ୍ଟ, ଲୁହାରଡ, ଟାଇଲ ତଥା ବିଭିନ୍ନ ସାମଗ୍ରୀ ରହିଛି । ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ନାହିଁ । ଏହାପରେ ଫାୟାର ସେଫ୍‌ଟି ପାଇଁ କୌଣସି କାର୍ଯ୍ୟ ହୋଇ ନାହିଁ । ଛାତ୍ରବାସର ଭିତ୍ତିପ୍ରସ୍ତର ଗତକାଲି ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟରେ ଶୁଭ ଦେଇଥିବା ବେଳେ ବାଳିକା ହଷ୍ଟେର ନିର୍ମାଣ କାମ ଚାଲିଛି । ରୋଷେଇ ଶାଳାର କାମ ଆରମ୍ଭ ହେଉଛି । ଏତେ ଗୁଡିଏ କାମର ଅସଂପୂର୍ଣ୍ଣ ଥାଇ କିପିର ଓ କାହିିଁକି ଏହାକୁ ଉଦ୍ଘାଟନ କରାଯାଇଛି । ଉକ୍ତ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜ ପୁଜାରୀ ଗତ ଜାନୁୟାରୀ ୧୫, ୨୦୧୯ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣକୁ ନେଇ ବଡଫଟାମୁଣ୍ଡାର ଗୋଟିଏ ପରିବାର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ଫଳରେ ଉକ୍ତ ବିଦ୍ୟାଳୟ ନିର୍ମାଣରେ ଶିଥିଳତା ଦେଖା ଦେଇଥିଲା । ବଡଫଟାମୁଣ୍ଡା ଗ୍ରାମବାସୀ, ମନ୍ତ୍ରୀ ଶ୍ରୀଯୁ୍‌କ୍ତ ପୁଜାରୀ, କେତେକ ସଚେତନ ବ୍ୟକ୍ତିଙ୍କ ଅହରହ ଉଦ୍ୟମରେ ନ୍ୟାୟିକ ବ୍ୟବସ୍ଥାରୁ ମୁକୁଳିବାପରେ ପୁଣି କାମ ଆରମ୍ଭ ହୋଇଥିଲା । ବିଭିନ୍ନ ଏହାକୁ ସଂପୂର୍ଣ୍ଣ କରିବା ଦିଗରେ ସ୍ଥାନୀୟ ବିଧାୟକ ବିଭିନ୍ନ ସମୟରେ ଉକ୍ତ ବିଦ୍ୟାଳୟର ନିର୍ମାଣ କାମର ଅଗ୍ରଗତି ସମ୍ବନ୍ଧରେ ଜାଣିବା ପାଇଁ ଗସ୍ତ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ । କିନ୍ତୁ ଗତକାଲି ଅପରାହ୍ନରେ ଅଂଚଳବାସୀଙ୍କ ଅଗୋଚରରେ ମୁଖ୍ୟମନ୍ତ୍ରୀ ଏହାକୁ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହାକୁ ଅଂଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଏହାକୁ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା ବୋଲି ବୁଦ୍ଧୁଜୀବି ମହଲରେ ଆଲୋଚନା ହେଉଛି । ଏ ସଂପର୍କରେ କେହି ଜାଣି ନଥିପ୍ରକାଶ କରୁଥିବା ବେଳେ ଉଦ୍ଘାଟନ ଫଳକ ହଠାତ୍ କିପରି ସେଠାରେ ଲଗାଯାଇଛି । ଯଦି ଆଗରୁ ବିଭାଗୀୟ ଯନ୍ତ୍ରୀ ଜାଣି ନାହିଁ ତାହେଲେ ଫଳକ ଆଗରୁ କିଏ ଲଗାଇଥିଲା । ଏ ସଂପର୍କରେ ଏମାନେ ଯାହା କହନ୍ତି-

ରାକେଶ କୁମାର ବେହେରା-ଯନ୍ତ୍ରୀ- ହଠାତ ପିଡବ୍ଲ୍ୟୁ ବିଭାଗରୁ ଗତକାଲି ଉଦ୍‌ାଟନ କରାଯିବା କଥା ଜାଣି ମୁଁ ସ୍କୁଲରେ ପହଞ୍ଚିଲି । ଆଗରୁ ଏ ବିଷୟରେ କିଛି ଜାଣି ନଥିଲି । କାମ ଖୁବ ଜୋରସୋରେ ଚାଲିଛି । ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ମୁଁ ଆଉ ଅଧିକ କିଛି ଜାଣି ନାହିଁ । ଗଣେଷ କିସାନ-ବିଇଓ ଡୁଙ୍ଗୁରିପାଲି ବ୍ଲକ- ଗତକାଲି ଛୁଟି ଥିଲା ଏବଂ ମୁଁ ଛୁଟିରେ ଥିଲି । ଅପରାହ୍ନରେ ଅସ୍ଥାୟୀ ଭାବରେ ଡୁଙ୍ଗୁରିପାଲି ଉଚ୍ଚବିଦ୍ୟାଳୟରେ ଚାଲିଥିବା ଆଦର୍ଶ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଭାରେ ଯୋଗ ଦେଇଥିଲି । ବିଦ୍ୟାଳୟ ଉଦ୍‌ଘାଟନ ବିଷୟରେ ଜାଣି ନଥିଲି । ସୁରେନ୍ଦ୍ର ଖମାରୀ- ବଡଫଟାମୁଣ୍ଡା ଗ୍ରାମବାସୀ- ବିଦ୍ୟାଳୟ କାମ ସଂପୂର୍ଣ୍ଣ ହେବା ପରେ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା । ବିଦ୍ୟାଳୟ ଆରମ୍ଭର ପ୍ରଥମ ଦିନ କିମ୍ବା କୌଣସି କାମରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଉ ନାହିଁ । ନ୍ୟାୟାଳୟରେ କେସ୍ ଲଢେଇରେ ଗ୍ରାମବାସୀଙ୍କ ଚାନ୍ଦା, ଗାଁ ଫଣ୍ଡରୁ ଖର୍ଚ୍ଚ କରାଯାଇଛି । ଏହି ବିଦ୍ୟାଳୟକୁ ଗ୍ରାମର ସରକାରୀ ଜମି ମଧ୍ୟ ଦିଆଯାଇଛି । କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟରେ ଗ୍ରାମବାସୀଙ୍କୁ ପ୍ରସାଶନ ସାମିଲ ନ କରିବା ଦୁଃଖର ବିଷୟ । ବିପ୍ରଚରଣ ସାହୁ-ସଭାପତି ପଶ୍ମିମ ଓଡିଶା ସାମ୍ବାଦିକ ସଂଘ- ବାହାରୁ ବଢିଆ, ଭିତରେ ଖଡିଁଆ । ବାହାରୁ ଦେଖିଲେ ଚକାଚକ ଦିଶୁଛି । ହେଲେ ଭିତରେ କାମ ଚାଲିଛି । କାମ ସଂପୂର୍ଣ୍ଣ ହେବା ପରେ ଏହାକୁ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା । ତଥାପି ଉଦ୍‌ଘାଟନ ବେଳେ ବିଭାଗୀୟ ଅଧିକାରୀମାନେ ଗ୍ରାମବାସୀ ଏବଂ ସଚେତନ ବ୍ୟକ୍ତି, ଅଚଳବାସୀ,ଜନପ୍ରତିନିଧିଙ୍କୁ ସାମିଲ କରିଥିଲେ ଭଲ ହୋଇଥାନ୍ତା କିମ୍ବା ଶେଷ ହେବା ପରେ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା ।

ଘନଶ୍ୟାମ ବିଶ୍ୱାଳ-ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ- ମୁଁ ଗତକାଲି ଅପରାହ୍ନରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଗତ ସଭାରେ ଉପସ୍ଥିତ ଥିଲେ । ଉଦ୍ଘାଟନ ବିଷୟରେ କିଛି ଆଗରୁ ଜାଣି ନଥିଲି । ହଠାତ ବିଭାଗୀୟ ଅଧିକାରୀ ମୋତେ ଫୋନ ଯୋଗେ ଡାକିବାରୁ ସେଠାକୁ ଯାଇଥିଲି । ନିତେଇ ପାଳ- ଡୁଙ୍ଗୁରିପାଲି ବିଜେପି ମଣ୍ଡଳ ସଭାପତି- ଉଦ୍ଘାଟନକୁ ନେଇ ରାଜନୀତି ଚାଲିଛି । କାମ ସଂପୂର୍ଣ୍ଣ ହେବା ପରେ ଉଦ୍ଘାଟନ କରାଯିବା କଥା । ବିଦ୍ୟାଳୟ ନିର୍ମାଣ ଏବଂ ନିର୍ମାଣ ପରେ ଉଦ୍ଘାଟନକୁ ଆମେ ସ୍ୱାଗତ କରିବୁ । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ଅଂସପୂର୍ଣ୍ଣ ବିଦ୍ୟାଳୟକୁ ଉଦ୍‌ଘାଟନ ଠିକ ନୁହେଁ । ବିଗତ ଦିନରେ ଡୁଙ୍ଗୁରିପାଲି ଶିଶୁ ମାତୃ ଯତ୍ନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ପଣ୍ଡକିଟାଲ ଠାରେ ଉଦ୍ଘାଟନ କରିବା ପରେ ବିଧାୟକ ପୁଣି ପରବର୍ତ୍ତି ସମୟରେ ଏବଂ ଶେଷରେ ଗୃହ ପ୍ରବେଶ ନାଁରେ କାର୍ଯ୍ୟକ୍ରମ କରାଯାଇଥିଲା । ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ଏପରି ବାରମ୍ବାର ଉଦ୍ଘାଟନ କଲେ ଆମେ ଦଳ ପକ୍ଷରୁ ବିରୋଧ କରିବୁ । ବିଦ୍ୟାଳୟର କୋଠା, ଛାତ୍ରବାସ, ଖେଳ ପଡିଆ, କେଣ୍ଟିନ, ରାସ୍ତା, ପାଚେରୀ ନିର୍ମାଣରେ କେତେ ଅନୁଦାନ ରହିଛି ସେ ସଂର୍ପର୍କରେ କୌଣସି ସୂଚାନ ଫଳକ ରହିବା କଥା । ଏହା ଲୋକେ ଜାଣିବାରୁ ଅଧିକାର ରହିଛି । କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀମାନେ କାହିଁକି ନେଦେ ଲୋକଙ୍କୁ ଅନ୍ଧାରେ ରଖିଛନ୍ତି ତାହା ତଦନ୍ତ ସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like