-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଡ଼. ଭୀମରାଓ ଆମ୍ବେଦକର ଙ୍କର ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ କରିବା ସହ ମିଟିଙ୍ଗ ର ଶୁଭାରମ୍ଭ କରିଥିଲେ ସମାଜସେବୀ ବିଜୟ ମହାନନ୍ଦ l ବୈଠକ ର ମୁଖ୍ୟ ଉଦେଶ୍ୟ ଆଜି ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ଗଣ୍ଡା ସମାଜ କୁ ଅଣଦେଖା କରି ଆସିଛି l ଏଣୁ ଗଣ୍ଡା ସମାଜ ନିଷ୍ପତି ନେଇଛି ଯେ ଆଗାମୀ ଦିନରେ ପ୍ରତ୍ୟକ ରାଜନୈତିକ ଦଳ ଉପରେ ଚାପ ସୃଷ୍ଟି କରିବେ ଏବଂ ଯେଉଁ ଦଳ ଏହି ସମାଜର କୌଣସି ଉପଯୁକ୍ତ ବ୍ୟକ୍ତି କୁ ଦେଖି ଜଦି ଟିକେଟ ଦିଅନ୍ତି l ତାହେଲେ ଗଣ୍ଡା ସମାଜ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ସେହି ଦଳ କୁ ସାହାଯ୍ୟ କରିବ l ଏହି ବୈଠକ ରେ ଆଗାମୀ ୫ ତାରିଖ ରେ ଗଣ୍ଡା ସମାଜ ପକ୍ଷରୁ ଲୋଇସିଂହା ଠାରେ ଏକ ବିଶାଳ ରେଲି ର ଅଯୋଜନ ପାଇଁ ପ୍ରସ୍ତୁତି କରାଯାଇଛି l ବୈଠକ ରେ ବଲାଙ୍ଗୀର ବନ୍ଦ ଡାକରl କୁ ମଧ୍ୟ ସମର୍ଥନ କରିଥିଲେ l ବୈଠକ ରେ ଉପସ୍ଥିତ ଅଶୋକ ବାରିକ, ଲାଲମନ ନାଗ, ଡିଙ୍ଗର କୁମ୍ଭାର, ହେମସାଗର ନନ୍ଦ, ବୁଲୁ ବାଦୀ, ଅର୍ଜୁନ କୁମ୍ଭାର, ଦୈତାରୀ ନନ୍ଦ, ଦ୍ରୋଣ କୁମ୍ଭାର, ଅଭିନାଶ ମହାନନ୍ଦ, ଗୁରୁ ଧୀର, ହିମାଂଶୁ ଶିକା ତଥା ଗଣ୍ଡା ସମାଜ ର ଅନେକ ଲୋକ ଉପସ୍ଥିତ ଥିଲେ l