-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
ବରଗଡ଼: ବରଗଡ ଜିଲ୍ଲା ଯୋଖିପାଲି ଗ୍ରାମପଞ୍ଚାୟତ ପ୍ରତି ବର୍ତ୍ତମାନର ସରପଞ୍ଚ ଶ୍ରୀମତୀ ସବିତା ସାହୁ କାର୍ଯ୍ୟକୁ ସୂଚାରୁ ଓ ପ୍ରଭାବଶାଳୀ ରୂପେ ସଂପାଦନ କରିବାପାଇଁ ଏବଂ ପଞ୍ଚାୟତର ସର୍ବବିଧ ବିକାଶ ଲକ୍ଷ୍ୟରେ ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି। ଯୋଖିପାଲି ଉଚ୍ଚ ବିଦ୍ୟାଳୟ ୫-ଟି ସ୍କୁଲଟି ରୂପାନ୍ତରିତ ହୋଇଥିଲେ ମଧ୍ୟ ଦୀର୍ଘ ଦିନରୁ ଛାତରୁ ପାଣି ଝରୁ
ଥିବାକୁ ନେଇ ସରପଞ୍ଚ ମହାଶୟାଙ୍କ ପାଖକୁ ଅଭିଯୋଗ ଆସିଥିଲା। ଅଭିଯୋଗକୁ ହୃଦୟଙ୍ଗମ କରି, ଛାତର ମରାମତି କରିବା, ଛାତକୁ ଗ୍ରେଡିଂ କରିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଥିଲେ।ଗୋଟିଏ ଲକ୍ଷ୍ୟରେ ବିଜେପୁର ବ୍ଲକ ବି.ଡି.ଓ ଏବଂ ବରଗଡ ଜିଲ୍ଲା ଉନ୍ନୟନ ଅଧିକାରୀ ଙ୍କୁ ବାରମ୍ବାର ଦେଖା କରି ହାଇସ୍କୁଲର ଗ୍ରେଡିଂ କରିବା ପାଇଁ ଅନୁରୋଧ କଲାପରେ, ହାଇସ୍କୁଲର ଗ୍ରେଡିଂ କାମଟି ହୋଇପାରିଛି ।ଶ୍ରୀମତୀ ସାହୁ ସବୁବେଳେ ଉତ୍ତମ ନୀତି ଆଦର୍ଶକୁ ପାଥେୟ କରି ଉନ୍ନୟନ ମୂଳକ କାମ କରି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସକାଶେ
ତତ୍ପର ଥିବା ଦେଖିବାକୁ ମିଳିଛି।ଜନସାଧାରଣଙ୍କୁ ମୌଳିକ ତଥା ଅତ୍ୟାବଶ୍ୟକୀୟ ସେବା ଯୋଗେଇଦେବା,ଯୋଖିପାଲି ପଞ୍ଚାୟତକୁ ବିକାଶର ସ୍ରୋତରେ ଆଗେଇ ନେବା, ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ସେ ସଂକଳ୍ପବଦ୍ଧ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
(ବରଗଡ଼ରୁ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)