-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
ବଲାଙ୍ଗିର (ଦେବାଶିଷ ବହିଦାର ): ନାବାଳିକାକୁ ବଳାତ୍କାର ମାମଲାରେ ଯୁବକଙ୍କୁ ଗିରଫ କଲା ପୁଇଁନ୍ତଳା ପୋଲିସ । ସୂଚନାରୁ ପ୍ରକାଶ ଯେ, ପୁଇଁନ୍ତଳା ଥାନା କୁରେଭନା ଗାଁ ର ରାଜା ଭେଶ୍ରା(୨୩) ନାମକ ଜଣେ ଯୁବକ ସେହି ଗାଁ ରୀତା(ଛଦ୍ମନାମ) ନାମ୍ନି ଜଣେ ୧୪ବର୍ଷର ନାବାଳିକା ଝିଅକୁୁ ନିଜ ପ୍ରେମ ଜାଲରେ ଫଶାଇ ଶାରିରିକ ସଂପର୍କ ରଖିଥିଲା । ଗତ କିଛି ଦିନ ତଳେ ଏହି ନାବାଳିକା ଝିଅକୁ ତାର ବିନା ସହମତିରେ କୁରେଭନା ପାଖ ବାଞ୍ଜିପାଲି କୁ ନେଇ ନାବାଳିକା କୁ ବଳାତ୍କାର କରିଥିଲା । ଦୀର୍ଘ ୩ ଦିନ ଧରି ରାଜା ଭେଶ୍ରା ନାବାଳିକା ସହ ଶାରୀରିକ ସଂପର୍କ ରଖିବା ସହ ଏହି କଥା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ଏପଟେ ନାବାଳିକାର ବାପା ଝିଅ ନିଖୋଜ ଥିବା ନେଇ ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ । ନାବାଳିକାର ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଇଁନ୍ତଳା ପୋଲିସ କୁରେଭନା ଗାଁ ର ରାଜା ଭେଶ୍ରା କୁ ଗିରଫ କରିଛି । ପୁାଇଁନ୍ତଳା ଥାନା ଏସ୍ଆଇ ସବ୍ୟସାଚୀ ପ୍ରଧାନ ଏହି ମାମଲାରେ ରାଜା ଭେଶ୍ରା କୁ ଗିରଫ କରି ତାଙ୍କୁ ଡାକ୍ତରି ମାଇନା ପାଇଁ ପଠାଯାଇଛି । ଆସନ୍ତା କାଲି ରାଜାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଇପଡିଛି ।