-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ଢେଙ୍କାନାଳ,(ପ୍ରେରଣା ଖବର): ବୁଦା ଭିତରୁ ୩ ଜଣ ଛୋଟ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ରାତି ଅଧରେ ଶୀତରେ ଥରୁଥିବା ୩ ଜଣଙ୍କୁ ସ୍ଥାନୀୟ ଲୋକ ଠାବ କରିଛନ୍ତି । ସେମାନଙ୍କୁ ଉଦ୍ଧାର ପରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ପିଲାମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପିଲାମାନଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଭାଇ ଓ ଜଣେ ୮ ବର୍ଷର ଭଉଣୀ ରହିଥିବା ଜଣାଯାଇଛି । ତେବେ ସେମାନଙ୍କୁ ସେମାନଙ୍କ ବାପା ମାଡ଼ ମାରି ଘରୁ ବାହାର କରିଦେଇଥିବାରୁ ସେମାନେ ବୁଦା ମୁଳେ ବସିଥିଲେ ବୋଲି କହିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ୩ ପିଲାଙ୍କୁ ପୁଲିସ ସେମାନଙ୍କ ମା’ଙ୍କ ଜିମା ଦେଇଛନ୍ତି