-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ କେହି କରୋନା ସଂକ୍ରମିତ ହୋଇନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୨୧୯ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୮୯ ଜଣ ସୁସ୍ଥ ହୋଇଛନ୍ତି ଓ ୧୯୩ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧) ବେଲପଡା ବ୍ଲକ ମଧ୍ଯପୁର ରୁ ୧ ଜଣ ।
(୨) ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ରୁ ୧ ଜଣ ।
(୩) ପାଟନାଗର ଏନଏସି ୱାର୍ଡ ନଂ ୨ ରୁ ୧ ଜଣ ଓ ୧୨ ରୁ ୨ ଜଣ ।
(୪) ପାଟଣାଗଡ଼ ଘସିଏନ ରୁ ୧ ଜଣ ଓ ପଣ୍ଡାମୁଣ୍ଡା ରୁ ୧ ଜଣ, ଗଙ୍ଗାସାଗର ରୁ ୧ ଜଣ ଓ ଜୋଗୀମୁଣ୍ଡା ରୁ ୧ ଜଣ ।
(୫) ସଇଁନ୍ତଲା ବ୍ଲକ କେରମେଲି ରୁ ୧ ଜଣ ଓ ଡେଙ୍ଗ ରୁ ୧ ଜଣ।
(୬)ତୁରେକେଲା ବ୍ଲକ ହିଆଲ ରୁ ୧ ଜଣ ଓ ବୁରୋମାଲ ରୁ ୨ ଜଣ।
(୭) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୧୪ ରୁ ୨ ଜଣ ।
(୮) ମୁରିବାହାଲ ବ୍ଲକ ଲଖନା ରୁ ୧ ଜଣ ଓ ଗୁଡିଘାଟ ରୁ ୧ ଜଣ।
(୯) ଗୁଡଭେଲା ବ୍ଲକ ଗୁଡଭେଲା ରୁ ୧ ଜଣ।